ନୂଆଦିଲ୍ଲୀ: କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କର ‘ରେପ୍ ଇନ୍ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସେ । ନିଜ ଉଦବୋଧନରେ ସ୍ବାଧୀନତା ସଂଗ୍ରାମୀ ସାବରକରଙ୍କ ନାମ ନେଇ ସେ କହିଛନ୍ତି,‘ମୁଁ ମରିଯିବି ପଛେ କ୍ଷମା ମାଗିବି ନାହିଁ। ମୋ ନାମ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ । ମୁଁ ସତ କହିବାକୁ ଯାଇ କେବେ କ୍ଷମା ମାଗିବିନି କି କୌଣସି କଂଗ୍ରେସ ନେତା ଓ କର୍ମୀ ଏଥିପାଇଁ କ୍ଷମା ମାଗିବେ ନାହିଁ।’
'ମୁଁ ସାବରକର ନୁହେଁ ରାହୁଲ ଗାନ୍ଧୀ' - ମୁଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧୀ
ଭାରତ ବଞ୍ଚାଅ ରାଲିରେ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜାଣନ୍ତୁ ସେ କ'ଣ କହିଛନ୍ତି...
ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ମୋଦି ଏବଂ ଶାହ ଦେଶର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । କଳାଧନ ନାଁରେ ଲୋକଙ୍କୁ ମିଛ କହିଛନ୍ତି । ଗରିବଙ୍କ ଠାରୁ ଟଙ୍କା ନେଇ 2-3 ଜଣ ଉଦ୍ୟୋଗପତିଙ୍କ ପକେଟ ଭର୍ତ୍ତି କରିଛନ୍ତି । ମୋଦି ସରକାର ରାତାରାତି ବିମୁଦ୍ରୀକରଣ କରିଛନ୍ତି । ଯାହା ଫଳରେ ଆଜି ଦେଶର ଅର୍ଥ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି। ରାତାରାତି ଜିଏସଟି ଲାଗୁ କଲେ । ବର୍ତ୍ତମାନ ସ୍ତରରେ ଦେଶରେ 45 ବର୍ଷରେ ସର୍ବୋଚ୍ଚ ବେକାରୀ ସମସ୍ୟା ଦେଖାଦେଇଛି । ଜିଡିପି ବୃଦ୍ଧି 9 ପ୍ରତିଶତରୁ ହ୍ରାସ ପାଇ 4 ପ୍ରତିଶତକୁ ପହଞ୍ଚିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସହଯୋଗୀ ଅମିତ ଶାହ କ୍ଷମା ମାଗିବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।