ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ କାଶ୍ମୀରର ଅନେକ ନେତାଙ୍କୁ ନଜରବନ୍ଦୀରେ ରଖାଯାଇଛି । ନେତା ନଜରବନ୍ଦୀ ରହିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ବଡ ବୟାନ ଦେଇଛନ୍ତି । ଯଦି ଘାଟିରେ ଶାନ୍ତି ବଳବତ୍ତର ରହିବାରେ ସହାୟତା ମିଳୁଛି ତେବେ ଜମ୍ମୁ-କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦରେ ରହିବା ଆବଶ୍ୟକ । ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କିଛି ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା ସମୟରେ ଏମିତି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
‘ଘାଟିରେ ଶାନ୍ତି ପାଇଁ 3 ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦୀରେ ରହିବା ଆବଶ୍ୟକ’ - Kashmir remains peaceful
ଯଦି ଘାଟିରେ ଶାନ୍ତି ବଳବତ୍ତର ରହିବାରେ ସହାୟତା ମିଳୁଛି ତେବେ ଜମ୍ମୁ-କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦରେ ରହିବା ଆବଶ୍ୟକ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ସ୍ଥିତି ଏବେ ସାମାନ୍ୟ । ଏବେ ସୁଶାସନ ଓ କ୍ଷେତ୍ରର ବିକାଶ, ଯୁବାଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ପ୍ରୟାସ ପାଇଁ ଜମ୍ମୁ-କାଶ୍ମୀର ଉପରେ ନୂତନ ବିଚାରଧାରା ନିତାନ୍ତ ଜରୁରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେବବୁବା ମୁଫ୍ତି, ଫାରୁକ ଅବଦ୍ଦୁଲା ଓ ଉମର ଅବଦ୍ଦୁଲାଙ୍କ ଗୃହବନ୍ଦୀ ସର୍ଭରେ ସେ ଏହା କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଦୁଇଦିବସୀୟ କ୍ଷେତ୍ରୀୟ ସମ୍ମିଳନୀର ଉଦ୍ଘାଟନ ପରେ ବରିଷ୍ଠ ପଦାଧିକାରୀଙ୍କୁ ସମ୍ବୋଧନ କରିଥିଲେ । କ୍ଷେତ୍ରୀୟ ସ୍ତରରେ ସମସ୍ତ ବାଧା ଦୂର କରିବା ପାଇଁ ଉତ୍ତମ ଶାସନ ବ୍ୟବସ୍ଥା ଲାଗୁ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ରହିଥିଲେ ।