ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ହିଂସା; ଦୋଷୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ କର୍ଣ୍ଣାଟକ ସରକାର - ଦୋଷୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ ହିଂସା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଠାରୁ ନଷ୍ଟ ସମ୍ପତ୍ତିର କ୍ଷତିପୂରଣ ଆଦାୟ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଟୁଇଟ୍ କରି କହିଛନ୍ତି ଯେ କେଜି ହଲ୍ଲୀ ଏବଂ ଡିଜି ହଲ୍ଲୀରେ ଘଟିଥିବା ହିଂସା ଘଟଣାରେ ସରକାରୀ ତଥା ବେସରକାରୀ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ କରିବାକୁ ଏବଂ ଦୋଷୀଙ୍କଠାରୁ ଖର୍ଚ୍ଚ ଫେରସ୍ତ କରିବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ।

ବେଙ୍ଗାଲୁରୁ ହିଂସା; ଦୋଷୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ କର୍ଣ୍ଣାଟକ ସରକାର
ବେଙ୍ଗାଲୁରୁ ହିଂସା; ଦୋଷୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ କର୍ଣ୍ଣାଟକ ସରକାର

By

Published : Aug 17, 2020, 7:04 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁ ହିଂସା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଠାରୁ ନଷ୍ଟ ସମ୍ପତ୍ତିର କ୍ଷତିପୂରଣ ଆଦାୟ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଟୁଇଟ୍ କରି କହିଛନ୍ତି ଯେ କେଜି ହଲ୍ଲୀ ଏବଂ ଡିଜି ହଲ୍ଲୀରେ ଘଟିଥିବା ହିଂସା ଘଟଣାରେ ସରକାରୀ ତଥା ବେସରକାରୀ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ କରିବାକୁ ଏବଂ ଦୋଷୀଙ୍କଠାରୁ ଖର୍ଚ୍ଚ ଫେରସ୍ତ କରିବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମାମଲାର ବିସ୍ତୃତ ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ହୋଇସାରିଛି । ଏବଂ ଏହି ମାମଲାର ଶୀଘ୍ର ଶୁଣାଣୀ ପାଇଁ ତିନି ଜଣ ସ୍ୱତନ୍ତ୍ର ଓକିଲଙ୍କ ଏକ ଟିମ୍ ନିଯୁକ୍ତ କରାଯିବ । ୱାରେଣ୍ଟ ପାଇବା ପରେ ଏସଆଇଟି ଗୁଣ୍ଡା ଆକ୍ଟ ଲାଗୁ କରିବା ନେଇ ବିଚାର କରିବ ।

ସୂଚନା ଯୋଗ୍ୟ, ବେଙ୍ଗାଲୁରୁରେ ହିଂସା ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ 350 ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ଅଗଷ୍ଟ 14 ପର୍ଯ୍ୟନ୍ତ ଧାରା 144 ଲାଗୁ କରାଯାଇଛି ।

ABOUT THE AUTHOR

...view details