ବେଙ୍ଗାଲୁରୁ: କର୍ଣ୍ଣାଟକରୁ 12ଶହ ପ୍ରବାସୀ ଓଡିଆ ଶ୍ରମିକ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ନିଜ ରାଜ୍ୟକୁ ଫେରିବାକୁ ପ୍ରବାସୀ ଓଡିଆ ମାନଙ୍କୁ ଅନୁମତି ଦେବାପରେ ଚିକ୍କାବନାଭାରା ରେଳ ଷ୍ଟେସନରୁ ଓଡିଶା ଅଭିମୁଖେ ଯାତ୍ରା କରିଛନ୍ତି ।
ପୂର୍ବରୁ ପ୍ରବାସୀ ଓଡିଆ ମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ହେଲେ ପ୍ରବାସୀ ଓଡିଆଙ୍କ ସଂଖ୍ୟା କମ ଥିବାରୁ କେବଳ ଗୋଟିଏ ଟ୍ରେନରେ ସମସ୍ତଙ୍କୁ ପଠାଯାଇଛି ।
ଓଡିଶା ସରକାରଙ୍କୁ ଅନୁରୋଧ ପରେ କର୍ଣ୍ଣାଟକ ସରକାର ସେଠାରେ ରହୁଥିବା ପ୍ରବାସୀ ଓଡିଆଙ୍କ ନିଜ ରାଜ୍ୟକୁ ଫେରିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ । ଅପରପକ୍ଷେ ଚିକ୍କାବନାଭାରା ଷ୍ଟେସନରୁ ଯାତ୍ରା କରୁଥିବା ଶ୍ରମିକ ମାନଙ୍କ ପାଇଁ କିଛି ଲୋକ ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି ।