ଓଡିଶା

odisha

ETV Bharat / bharat

ନାମଫଳକରୁ 'କରାଚୀ' ନହଟାଇବାରୁ ମିଳିଲା ବିସ୍ଫୋରଣ ଧମକ - bomimg

ବେଙ୍ଗାଲୁରୁ କରାଚୀ ବେକରୀ ବୋର୍ଡରୁ 'କରାଚୀ' ଶଦ୍ଦକୁ ହଟାନଯିବାରୁ ବୋମା ବିସ୍ଫୋରଣ କରି ଷ୍ଟୋରକୁ ଉଡାଇ ଦେବାର ମିଳିଛି ଧମକ। ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରାଚୀ ବେକରୀର ଆଉଟଲେଟ ମ୍ୟାନେଜର ପି.ସୁକୁମାର। ଏ ଘଟଣାରେ ପୋଲିସର ତଦନ୍ତ ଦାବି ହୋଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 28, 2019, 3:24 PM IST

ବେଙ୍ଗାଲୁରୁ: ପୁଲୱାମା ଆତଙ୍କି ହମଲା ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରାଯିବା ପରେ ସାରା ଦେଶ କ୍ରୋଧର ନିଆଁରେ ଜଳୁଛି । ଯାହାର ପ୍ରଭାବ କରାଚୀ ବେକରୀ ଉପରେ ପଡିଛି । ବେଙ୍ଗାଲୁରୁ କରାଚୀ ବେକରୀ ବୋର୍ଡରୁ 'କରାଚୀ' ଶଦ୍ଦକୁ ହଟାନଯିବାରୁ ବୋମା ବିସ୍ଫୋରଣ କରି ଷ୍ଟୋର ଉଡାଇ ଦିଆଯିବାର ଧମକ ମିଳିଛି । ଘଟଣାକୁ ନେଇ ବୁଧବାର ରାତିରେ ବେଙ୍ଗାଲୁରୁ କରାଚୀ ବେକରୀର ଆଉଟଲେଟ ମ୍ୟାନେଜର ଥାନାରେ ମାମଲା ରୁଜୁ କରିଛନ୍ତି ।

ପୋଲିସର କହିବାନୁଯାୟୀ, ବେକରୀ ମ୍ୟାନେଜରକୁ ଫୋନରେ ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଅଣ୍ଡର ୱାର୍ଲ୍ଡ ଡନ ବିକ୍କି ସେଟୀର ପରିଚୟ ଦେଇଛି । ସେପଟେ ମ୍ୟାନେଜର ପି ସୁକୁମାର ଇନ୍ଦିରାନଗର ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାମୁତାବକ, ପୁଲୱାମା ଆକ୍ରମଣର ପାଖାପାଖି ଗୋଟିଏ ସପ୍ତାହ ମଧ୍ୟରେ 15ରୁ 20 ଜଣ ଲୋକ ବେକରୀରେ ପଶି କରାଚୀ ନାମକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିଲେ । ଏଥିସହ 'କରାଚୀ' ଶଦ୍ଦକୁ ହଟାଇବାକୁ ଦାବି ମଧ୍ୟ କରିଥିଲେ । ଉକ୍ତ ଘଟଣାରେ ପୋଲିସ 9 ଜଣକୁ ଗିରଫ କରିଛି । ଖାଲି ସେତିକି ନୁହେଁ, କରାଚୀ ବେକରୀ ନାଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭାରତ-ପାକିସ୍ତାନ ବିଭାଜନ ବେଳେ କରାଚୀ ବେକରୀର ମାଲିକ ଭାରତରେ ରହି ଯାଇଥିବା ଘଟଣା ଯାଞ୍ଚ ପରେ ଜଣାପଡିଥିଲା । ବର୍ତ୍ତମାନ ଷ୍ଟୋରର ବୋର୍ଡରୁ 'କରାଚୀ' ଶଦ୍ଦକୁ ଲୁଚାଇ ଦିଆଯାଇଛି ।

ଫେବ୍ରୁଆରୀ 14 ପୁଲୱାମା ଆକ୍ରମଣରେ ଦେଶର 40 ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି ଆତ୍ମଘାତୀ ଆକ୍ରମଣରେ ଜୈସ-ଏ-ମହମ୍ମଦର ହାତ ଥିଲା। ଉକ୍ତ ଘଟଣା ପରେ ସାରା ଦେଶ ପାକିସ୍ତାନ ବିରୋଧୀ ହୋଇଛି।

ABOUT THE AUTHOR

...view details