ଓଡିଶା

odisha

ETV Bharat / bharat

ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଧକ୍କା ମାରିଲା ଇଣ୍ଡିଗୋ ବସ, କ୍ଷତିପୂରଣ ଦାବି

ଫେବୃଆରୀ 23ରେ ବେଙ୍ଗାଲୁରୁ ଏୟାରପୋର୍ଟରେ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଇଣ୍ଡିଗୋ ବସ ଧକ୍କା ମାରିଥିଲା। ଫଳରେ ଉକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏନେଇ ଏୟାର ଇଣ୍ଡିଆ, ଇଣ୍ଡିଗୋ ପାଖରୁ କ୍ଷତିପୂରଣ ପାଇବାକୁ ଦାବି କରିଛି।

By

Published : Feb 25, 2019, 2:46 PM IST

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଧକ୍କା ମାରିଲାଇଣ୍ଡିଗୋ ବସ। ଯାହା ଫଳରେ ଗୁରୁତର ଆହତ ହୋଇଛନ୍ତି ଏୟାରା ଇଣ୍ଡିଆ କର୍ମଚାରୀ। ଏନେଇ ଇଣ୍ଡିଗୋ ପାଖରୁ କ୍ଷତିପୂରଣ ଦାବି କରିଛି ଏୟାର ଇଣ୍ଡିଆ। ଗତ ଶନିବାର ବେଙ୍ଗାଲୁରୁ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଥିଲା।

ଏୟାର ଇଣ୍ଡିଆ ସୂଚନା ଅନୁସାରେ ତାଙ୍କ କମ୍ପାନୀର ଜଣେ ଠିକା କର୍ମଚାରୀ ଶିବଶଙ୍କର ବେଙ୍ଗାଲୁରୁ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଟର୍ମିନାଲକୁ ଫେରୁଥିଲେ। ଏହି ସମୟରେ ହଠାତ ଇଣ୍ଡିଗୋର ବସ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ଘଟିବା ଏନେଇ ଇଣ୍ଡିଆ ଗଣମାଧ୍ୟମକୁ ଜଣାଇଥିଲା ଯେ ଯଦି କମ୍ପାନୀର ଉକ୍ତ କର୍ମଚାରୀଙ୍କର କୌଣସିଗୁରୁତର କ୍ଷତି ହୁଏ ଏହାର ଭରଣା କରିବ ଇଣ୍ଡିଗୋ।

ବସ ଧକ୍କାରେ ଗୁରୁତ ଆହତ ହୋଇଛନ୍ତି ଶିବଶଙ୍କର। ଯାହା ଫଳରେ ତାଙ୍କର ମେରୁଦଣ୍ଡ ଆଘାତ ଲାଗିଛି। ଏ ଘଟଣା ପରେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି।

For All Latest Updates

ABOUT THE AUTHOR

...view details