ବେଙ୍ଗାଲୁରୁ: ନାଇଟ କ୍ଲବରେ ବେଙ୍ଗାଲୁରୁ ସିସିବି(ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ)ର ଚଢାଉ । 175 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫଦାରିରେ 50 ଜଣ ବିଦେଶୀ ସାମିଲ ଅଛନ୍ତି । କର୍ଣ୍ଣାଟକର ଅଶୋକ ନଗର ସ୍ଥିତି ମହାଲକ୍ଷ୍ମୀ ଲେ ଆଉଟ ସିଟି ବାର ଆଣ୍ଡ ରେଷ୍ଟୁରାଣ୍ଟରେ ରାଭି ପାର୍ଟି ଚାଲିଥିଲା । ଯାହା ଭୋର 4ଟା ଯାଏଁ ଲାଉଡ ମ୍ୟୁଜିକ ସହ ସହ ନାଚଗୀତ ଚାଲୁ ରହିଥିବାର ଖବର ପାଇଥିଲା ପୋଲିସ ।
ନାଇଟ କ୍ଲବରେ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚର ଚଢାଉ, 50 ବିଦେଶୀ ଗିରଫ - ବେଙ୍ଗାଲୁରୁ ସିସିବି ପୋଲିସର ଚଢାଉ
ଭୋର 4ଟା ଯାଏ ନାଇଟ କ୍ଲବରେ ପାର୍ଟି । ଚଢାଉ କଲା ବେଙ୍ଗାଲୁରୁ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ । ଘଟଣାରେ 175 ଜଣକୁ ଗିରଫ କରାଯାଇଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ରାତି ତମାମ ନାଇଟ କ୍ଲବରେ ନାଚଗୀତ ସହ ପାର୍ଟି କରିବା ସହ ଡ୍ରଗ୍ସ ମଧ୍ୟ ବ୍ୟବହାର କରିଥିବାର ଜଣାପଡିଥିଲା । ଯାହାକୁ ନେଇ ମହାଲକ୍ଷ୍ମୀ ଲେ ଆଉଟ ଓ ଅଶୋକ ନଗର ପୋଲିସ ଷ୍ଟେସନର ମାମଲା ରୁଜୁ ହୋଇଥିଲା ।