ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ହାଇଭୋଲଟେଜ୍ ପଲଟିକାଲ ଡ୍ରାମା ଏବେ ନୂଆ ମୋଡ ନେଇଛି । ରାଜ୍ୟରେ କ୍ଷମତାସୀନ ଥିବା ଜେଡିଏସ-କଂଗ୍ରେସର ବିଦ୍ରୋହୀ ବିଧାୟକ ସୋମବାର ରାଜ୍ୟ ବିଧାନସଭାରେ ହାଜର ହୋଇଛନ୍ତି । ସେମାନେ କିଛି ଦିନ ହେବ ତାଜ ବିଭାନ୍ତ ହୋଟେଲରେ ଅବସ୍ଥାନ କରୁଛନ୍ତି ।
କର୍ଣ୍ଣାଟକ ଡ୍ରାମା: ବିଧାନସଭାରେ ବିଦ୍ରୋହୀ ବିଧାୟକ - Vidhana Soudha
ହୋଟେଲରେ ଥିବା କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ ଏବେ ରାଜ୍ୟ ବିଧାନସଭାରେ ପହଞ୍ଚିଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ANI
କର୍ଣ୍ଣାଟକରେ କ୍ଷମତାସୀନ ଥିବା ଜେଡିଏସ-କଂଗ୍ରେସ ମେଣ୍ଟ ସରକାରକୁ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଦାବି କରିଛି ମୁଖ୍ୟ ବିରୋଧି ବିଜେପି । ଆଜି ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ।
ଉଭୟ କଂଗ୍ରେସ ଏବଂ ଜେଡିଏସର ଅନ୍ୟ 6 ଜଣ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିପାରନ୍ତି । କୋର୍ଟ ଆସନ୍ତାକାଲି ସମସ୍ତ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ଶୁଣାଣି କରିବେ ।