ଓଡିଶା

odisha

ETV Bharat / bharat

ଟାଇପରାଇଟରରେ ଅଭିନନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳି - national

ଅଭିନବ ଉପାୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି । ବେଙ୍ଗାଲୁରୁ ଆର୍ଟିଷ୍ଟ ଅଭିନନ୍ଦନଙ୍କୁ ଟାଇପରାଇଟରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 21, 2019, 11:45 PM IST

ବେଙ୍ଗାଲୁରୁ: କିଛି ସପ୍ତାହ ପୂର୍ବରୁ ପାକିସ୍ତାନରେ 58 ଘଣ୍ଟା ବିତାଇ ଭାରତ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସାରା ଦେଶର ହିରୋ ପାଲଟିଥିଲେ । ତାଙ୍କ ସାହସକୁ ପୁରା ଦେଶ ସାଲ୍ୟୁଟ କରିଥିଲା । ତାଙ୍କ ସାହସିକତାକୁ ନିକଟରେ ବେଙ୍ଗାଲୁରୁର ଜଣେ ଶିଳ୍ପୀ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବେଙ୍ଗାଲୁରୁର ଏସି ଗୁରୁମୂର୍ତ୍ତି ନିଜ ଟାଇପରାଇଟର ବ୍ୟବହାର କରି ଅଭିନନ୍ଦନଙ୍କ ଏକ ତୈଳଚିତ୍ର ବନାଇଛନ୍ତି । ଟାଇପରାଇଟର ଟାଇପିଂ ବୋର୍ଡରେ ଥିବା ଅକ୍ଷର, ସଙ୍କେତ ଓ ସ୍ବତନ୍ତ୍ର ନମ୍ବର ବ୍ୟବହାର କରି ସେ ଏହି ଚିତ୍ର ବନାଇଛନ୍ତି । ଏଥିପାଇଁ ତାଙ୍କୁ 2 ଘଣ୍ଟା ସମୟ ଲାଗିଥିଲା । ଅଭିନନ୍ଦନ ଦେଶକୁ ଗର୍ବିତ କରିଛନ୍ତି । ତାଙ୍କ ଦେଶପ୍ରେମ ପାଇଁ ସେ ଆଜି ସମସ୍ତଙ୍କ ଲାଗି ହିରୋ ପାଲଟିଛନ୍ତି । ଏଥିପାଇଁ ସେ ତାଙ୍କ ତୈଳଚିତ୍ର ବନାଇଥିଲେ । ଏହାକୁ ବନାଇ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଗୁରୁମୂର୍ତ୍ତି କହିଛନ୍ତି ।

ବ୍ୟାଙ୍କ ଅଫ ବରୋଦାରେ ଚାକିରୀ କରିଥିବା ଗୁରୁମୂର୍ତ୍ତି ନିଜ ଆର୍ଟିଷ୍ଟ ହେବାର ଆଶା ପୂରଣ କରିବା ପାଇଁ ଚାକିରୀ ଛାଡି ଦେଇଥିଲେ । ଆମେରିକା ସାଂସଦ ରୋବର୍ଟ କେନେଡିଙ୍କର ତୈଳଚିତ୍ର ତାଙ୍କର ପ୍ରଥମ ଟାଇପରାଇଟର ତୈଳଚିତ୍ର ଥିଲା । ସେ ଏପିଜେ ଅବଦୁଲ କଲାମ, ମଦର ଟେରେସା, ଭଗବାନ ବୁଦ୍ଧ, ହଲିଉଡ ଅଭିନେତା ଆର୍ଣ୍ଣଲୋଡଙ୍କ ତୈଳଚିତ୍ର ବନାଇଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଏକ ତୈଳଚିତ୍ର ବନାଇ ସେ ତାଙ୍କ ପାଖକୁ ପଠାଇଥିଲେ । ଏହାର ଜବାବରେ ରାଜୀବ ତାଙ୍କୁ ଏକ ପ୍ରଶଂସାପତ୍ର ପଠାଇଥିଲେ ବୋଲି ସେ କହିଛନ୍ତି ।

ଗୁରୁମୂର୍ତ୍ତି ନିଜକୁ କେବଳ ଭାରତ ନୁହେଁ ସାରା ବିଶ୍ବର ପ୍ରଥମ ଟାଇପରାଇଟର ଆର୍ଟିଷ୍ଟ ବୋଲି ସେ ଦାବି କରିଛନ୍ତି । ଶେଷ 51 ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି । ଏପର୍ଯ୍ୟନ୍ତ ସେ ଶହେରୁ ଅଧିକ ତୈଳଚିତ୍ର ବନାଇଥିବା କହିଛନ୍ତି । ସାଧାରଣ ଜନତାଙ୍କ ପାଇଁ ସେ ଅନେକ ସମୟରେ ନିଜ ତୈଳଚିତ୍ରର ପ୍ରଦର୍ଶନୀ ଆୟୋଜନ କରିଥାନ୍ତି ।

ABOUT THE AUTHOR

...view details