କୋଲକାତା :ଦରମା କଟିବାରୁ ଶିକ୍ଷୟତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଜଲପାଇଗୁରି ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି।
ସୂଚନା ଅନୁସାରେ, ସିଲିଗୁଡିରେ ରହୁଥିବା 28 ବର୍ଷିୟା ଆଭ୍ରଜ୍ୟୋତି ବିଶ୍ବାସ ଏକ ଶିଳ୍ପ ତାଲିମ ଅନୁଷ୍ଠାନରେ (ଆଇଟିଆଇ)ରେ ପାର୍ଟ ଟାଇମ ଚାକିରି କରୁଥିଲେ । କଲେଜର ଅଧ୍ୟକ୍ଷ ରଣବୀର ସିଂ ବିଭିନ୍ନ ବାହାନା ଦେଖାଇ ଶିକ୍ଷୟତ୍ରୀଙ୍କ ଦରମା ବାରମ୍ବାର କାଟୁଥିଲେ । ଯେଉଁଥିପାଇଁ ସେ ଚିନ୍ତାରେ ରହୁଥିଲେ ବୋଲି ଶିକ୍ଷୟତ୍ରୀଙ୍କ ସହକର୍ମୀମାନେ କହିଛନ୍ତି । ଶିକ୍ଷୟତ୍ରୀଙ୍କ ମୃତଦେହ ମିଳିବା ପରେ, ସହକର୍ମୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୁକ୍ରବାର ଦିନ ପାଠପଢା ବନ୍ଦ କରିଥିଲେ।