ଓଡିଶା

odisha

ETV Bharat / bharat

କୋଭିଡ୍‌ ସତ୍ତ୍ବେ ପଶ୍ଚିମବଙ୍ଗରେ ହେବ ଗଙ୍ଗାସାଗର ମେଳା - ଗଙ୍ଗାସାଗର ମେଳା

କୋଭିଡ୍‌-୧୯ ସତ୍ତ୍ବେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପ୍ରୟାଗର କୁମ୍ବ ମେଳା ପରେ ଭାରତର ଦ୍ୱିତୀୟ ବୃହତ୍ତମ ତୀର୍ଥଯାତ୍ରା ଗଙ୍ଗା ସାଗର ମେଲା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ତେବେ ଗଙ୍ଗାସାଗର ଘାଟରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଆକଳନ କରାଯାଉଛି। ଅଧିକ ପଢନ୍ତୁ...

କୋଭିଡ୍‌ ସତ୍ତ୍ବେ ପଶ୍ଚିମବଙ୍ଗରେ ଆୟୋଜିତ ହେବ ଗଙ୍ଗାସାଗର ମେଳା
କୋଭିଡ୍‌ ସତ୍ତ୍ବେ ପଶ୍ଚିମବଙ୍ଗରେ ଆୟୋଜିତ ହେବ ଗଙ୍ଗାସାଗର ମେଳା

By

Published : Aug 23, 2020, 2:44 PM IST

କୋଲକାତା: କୋଭିଡ୍‌-୧୯ ସତ୍ତ୍ବେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପ୍ରୟାଗର କୁମ୍ବ ମେଳା ପରେ ଭାରତର ଦ୍ୱିତୀୟ ବୃହତ୍ତମ ତୀର୍ଥଯାତ୍ରା ଗଙ୍ଗା ସାଗର ମେଲା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗଙ୍ଗାସାଗର ମେଳା ପ୍ରତିବର୍ଷ ଜାନୁଆରି ମାସରେ ପଡ଼ିଥାଏ। ମେଲା ଯୋଜନା କରିବାର ପ୍ରଥମ ବୈଠକ ଗୁରୁବାର ଦିନ ପୋଲିସ, ଜଳସେଚନ ଏବଂ ପରିବହନ ସମେତ ବିଭିନ୍ନ ବିଭାଗ ସହିତ ଅନୁଷ୍ଠିତ ହୋଇଥିଲା। କୋଭିଡ -19 ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଳା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ବୋଲି ସାଉଥ୍ 24 ପରଗାନାର ଜିଲ୍ଲା ମାଜିଷ୍ଟ୍ରେଟ ପି ଉଲାଗାନାଥନ କହିଛନ୍ତି।

ପବିତ୍ର ମକର ସଂକ୍ରାନ୍ତି ତିଥିରେ ଗଙ୍ଗାନଦୀ-ବଙ୍ଗୋପସାଗରର ସଂଗମସ୍ଥଳ ଗଙ୍ଗାସାଗର ଘାଟରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଆକଳନ କରାଯାଉଛି। ମହାମାରୀ ହେତୁ ଚଳିତ ବର୍ଷ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ଏହି ପରିପ୍ରେକ୍ଷୀରେ ମେଳାର ଖର୍ଚ୍ଚ ପାଇଁ ଖୁବ ଶୀଘ୍ର ବଜେଟ୍ ପ୍ରସ୍ତୁତ ହେବ ବୋଲି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି।

ବଙ୍ଗଳାରେ କୋଭିଡ -19 ପାଇଁ 1.32 ଲକ୍ଷରୁ ଅଧିକ ଲୋକ ପଜିଟିଭ୍ ପରୀକ୍ଷା କରିସାରିଛନ୍ତି ଏବଂ ରାଜ୍ୟ ପ୍ରତିଦିନ 3000 ରୁ ଅଧିକ ନୂଆ ମାମଲା ପଞ୍ଜିକରଣ କରୁଛନ୍ତି। ମହାମାରୀରେ ଏପର୍ଯ୍ୟନ୍ତ ମୋଟ 2,689 ଜଣଙ୍କର ମୃତ୍ୟୁ ହୋଇସାରିଛି । ମୁଖ୍ୟମନ୍ତ୍ରୀ ସୋମବାର ପ୍ରଥମ ଭର୍ଚୁଆଲ୍ ପ୍ରଶାସନିକ ବୈଠକ କରିବେ ବୋଲି ଜଣାପଡିଛି । ଅକ୍ଟୋବରରେ ବଙ୍ଗଳାର ସବୁଠାରୁ ବଡ ପର୍ବ ଦୁର୍ଗା ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ ସତ୍ତ୍ୱେ ଏଥର ପୂଜାପାଠ ତଥା ଉତ୍ସବର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆଗ୍ରହ ଦେଖାଇଥିଲେ।

ABOUT THE AUTHOR

...view details