ଓଡିଶା

odisha

ETV Bharat / bharat

ସରକାରୀ ସମ୍ପତ୍ତି ନଷ୍ଟ କଲେ ପିଟି ପିଟି ଜେଲରେ ଭର୍ତ୍ତି କରିବୁ: ଦିଲ୍ଲୀପ ଘୋଷ

ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଅନେକ ଥର ନିଜ ବିତର୍କିତ ବୟାନ କାରଣରୁ ବିବାଦ ଘେରରେ ଫସିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଏକ ସଭାରେ ସେ ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

bengal bjp president dilip ghosh
ଡିଜାଇନ ଫଟୋ

By

Published : Jan 13, 2020, 12:23 PM IST

କୋଲକାତା: ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଅନେକ ଥର ନିଜ ବିତର୍କିତ ବୟାନ କାରଣରୁ ବିବାଦ ଘେରରେ ଫସିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଏକ ସଭାରେ ସେ ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଦିଲ୍ଲୀପ କହିଛନ୍ତି ଯେ, ବିକ୍ଷୋଭକାରୀ ମାନେ ମମତାଙ୍କ ଭୋଟର । ସେଥିପାଇଁ ମମତା ବାନାର୍ଜୀଙ୍କ ପୋଲିସ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଏହି ବିକ୍ଷୋଭକାରୀଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ମାତ୍ର ବିଜେପି ଶାସନାଧୀନ ଉତ୍ତରପ୍ରଦେଶ, ଆସାମ ଓ କର୍ଣ୍ଣାଟକରେ ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକଙ୍କୁ ଆମ ସରକାର ଭୟଙ୍କର ଭାବରେ ଶାସ୍ତି ଦେଉଛି ।


ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରୁଥିବା ପ୍ରଦର୍ଶନକାରୀଙ୍କୁ ବିଜେପି କ୍ଷମତାସୀନ ରାଜ୍ୟରେ କୁକୁରଙ୍କ ଭଳି ପିଟା ଯାଉଥିବା ବୟାନ ସେ ଦେଇଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ପ୍ରଦର୍ଶନକାରୀଙ୍କୁ ଲାଠିରେ ମାଡ ମାରି ଜେଲରେ ବନ୍ଦ କରାଯିବ ।

ଦିଲ୍ଲୀପ ଘୋଷ ଆହୁରି କହିଛନ୍ତ ଯେ, ପ୍ରଦର୍ଶନକାରୀଙ୍କ ବିରୋଧରେ ମମତା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେବାର କାରଣ ଭୋଟ ବ୍ୟାଙ୍କ ରାଜନୀତି ।

ABOUT THE AUTHOR

...view details