ଓଡିଶା

odisha

By

Published : Aug 30, 2019, 11:02 AM IST

Updated : Aug 30, 2019, 11:15 AM IST

ETV Bharat / bharat

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ଆକ୍ରମଣ

ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ମେଦୀନପୁର ସାଂସଦ ଦିଲୀପ ଘୋଷଙ୍କୁ କୋଲକାତାର ଲେକ ଟାଉନ ଠାରେ ଆକ୍ରମଣ ହୋଇଛି । ଏଥିରେ ଟିଏମସି ସମର୍ଥକ ସମ୍ପୃକ୍ତ ଥିବାର ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ ।

ଫାଇଲ ଫଟୋ


କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ମେଦୀନପୁର ସାଂସଦ ଦିଲୀପ ଘୋଷଙ୍କୁ ଆକ୍ରମଣ । ମର୍ଣ୍ଣିଂ ଓ୍ବାକରେ ଯାଉଥିବା ସମୟରେ କୋଲକାତାର ଲେକ ଟାଉନଠାରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ସବୁଦିନ ଭଳି ସେ ମର୍ଣ୍ଣିଂ ଓ୍ବାକ ଓ ‘ଚାୟ ପେ ଚର୍ଚ୍ଚା’ ପାଇଁ ଯାଉଥିଲେ ।

ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ଉପସ୍ଥିତିରେ ଦିଲୀପଙ୍କ ଉପରେ ଆକ୍ରମଣ ହୋଇଥିଲା । ଏ ଘଟଣାରେ ଟିଏମସି କର୍ମକର୍ତ୍ତା ସମ୍ପୃକ୍ତ ଥିବାର ଅଭିଯୋଗ ଆଣିଛନ୍ତି ଦିଲୀପ । ଏହି ଆକ୍ରମଣରେ ଅନ୍ୟ ଦୁଇ ବିଜେପି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୂର୍ବରୁ ଅନେକ ଥର ବିଜେପି ନେତା ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଦିନ ପୂର୍ବରୁ ତାଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ଥିବାର ଖବର ପାଇବା ପରେ ଗୁଇନ୍ଦା ବିଭାଗ ତାଙ୍କୁ ଅନ୍ୟ ଏକ ବାସଭବନକୁ ସ୍ଥାନାନ୍ତର କରିଥିଲା ।

Last Updated : Aug 30, 2019, 11:15 AM IST

ABOUT THE AUTHOR

...view details