ଓଡିଶା

odisha

ETV Bharat / bharat

ଦିଲ୍ଲୀ-ବେଙ୍ଗାଲୁରୁ ଯାତ୍ରା ପରେ କ୍ବାରେଣ୍ଟାଇନରେ ରହିବାକୁ ମନା କଲେ ଗୌଡା - misnister

ଦିଲ୍ଲୀ-ବେଙ୍ଗାଲୁରୁ ଯାତ୍ରା ପରେ କ୍ବାରେଣ୍ଟାଇନ ନେଇ ମନା କଲେ ଗୌଡା । ମୋତେ କ୍ବାରେଣ୍ଟାଇନର ଆବଶ୍ୟକତା ନାହିଁ ବୋଲି କହିଲେ ସେ । ଅଧିକ ପଢନ୍ତୁ...

No Hotel Quarantine for Sadananda Gowda After Flight to Bengaluru
ଦିଲ୍ଲୀ-ବେଙ୍ଗାଲୁରୁ ଯାତ୍ରା ପରେ କ୍ବାରେଣ୍ଟାଇନ ନେଇ ମନା କଲେ ଗୌଡା

By

Published : May 25, 2020, 7:31 PM IST

ନୂଆଦିଲ୍ଲୀ: ବିଜେପି କେନ୍ଦ୍ର ରାଜନେତା ସଦାନନ୍ଦ ଗୌଡା ସୋମବାର ବିମାନ ଯୋଗେ ଦିଲ୍ଲୀରୁ ବାଙ୍ଗାଲୋର ଯାତ୍ରା କରିଥିଲେ । ତେବେ କୋରୋନା ଥର୍ମାଲ ଟେଷ୍ଟ ତାଙ୍କର ନେଗେଟିଭ୍ ଆସିଥିବାରୁ ସେ ହୋମ୍ କ୍ବାରେଣ୍ଟାଇନରେ ରହିବେ ବୋଲି ଗଣମାଧ୍ୟମକୁ ତାଙ୍କ ସହଯୋଗୀ ସୂଚନା ଦେଇଛନ୍ତି । ତେବେ ସେ କୌଣସି ହୋଟେଲ କ୍ବାରେଣ୍ଟାଇନରେ ରହିବେନି ବୋଲି ମନା କରିଛନ୍ତି । ତେବେ ଅନ୍ୟପଟେ ଗୌଡା କହିଛନ୍ତି ଯେ ,କ୍ବାରେଣ୍ଟାଇନକୁ ନେଇ ସମଗ୍ର ଜନତାଙ୍କ ପକ୍ଷେ କିଛିଟା ନିୟମ ଲାଗିଥିବାବେଳେ କେତେକଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

ମୁଁ ଜଣେ ମନ୍ତ୍ରୀ ହୋଇ ଦାବି କରୁଛି ଯେ, ମୋତେ କୌଣସି କ୍ବାରେଣ୍ଟାଇନର ଆବଶ୍ୟକତା ନାହିଁ । ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରୁଛି । ଏହାବାଦ୍ ମୁଁ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆରୋଗ୍ୟ ସେତୁ ଆପ୍ ମଧ୍ୟ ଫୋନ୍ ରେ ରଖିଛି । ଗୌଡା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କୋରୋନା ସମୟରେ ଅଧିକରୁ ଅଧିକ ଔଷଧ ଯୋଗାଇବା ଦାୟିତ୍ବ ମିଳିଛି । ଯାହାକୁ ସେ ସଠିକ୍ ଭାବରେ ସମାପନ କରି ନ ପାରିଲେ ଦେଶରେ ସଙ୍କଟ ଦେଖାଯିବ । ଏହାବାଦ୍ ସେ କହିଛନ୍ତି ଯଦି ଡାକ୍ତର , ନର୍ସ ଓ ଅନ୍ୟାନ୍ୟ କରୋନା ଯୋଦ୍ଧା ଯଦି କ୍ବାରେଣ୍ଟାଇନରେ ରହିବେ ତେବେ କରୋନା ସହ ଲଢେଇ ସମ୍ଭବ ହେବ କେମିତି ।

ତେବେ ବିମାନ ଯାତ୍ରାକୁ ନେଇ କର୍ଣ୍ଣାଟକ ସରକାର ମତ ଦେଇଛନ୍ତି ଯେ, ବିମାନରେ ଯାତ୍ରା କରୁଥିବା ସମସ୍ତ କର୍ମଚାରୀ ୭ ଦିନ ଆନୁଷ୍ଠାନିକ ଓ ୭ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବା ସର୍ତ୍ତମୂଳକ ।

For All Latest Updates

ABOUT THE AUTHOR

...view details