ଓଡିଶା

odisha

ETV Bharat / bharat

ଭୂମି ପୂଜନ ପୂର୍ବରୁ ଓୱେସୀଙ୍କ ଟ୍ବିଟ; କହିଲେ ‘ବ୍ରାବୀ ମସଜିଦ ଥିଲା, ଅଛି ଓ ରହିବ’ - owaisi tweet

ଆଜି ସକାଳ 11.30 ସମୟରୁ ଅଯୋଧ୍ୟାରେ ଆରମ୍ଭ ହେବ ଭୂମି ପୂଜନ । ଏଥିପାଇଁ ସମଗ୍ର ଦେଶ ଉତ୍ସବମୁଖର । ସେପଟେ ସକାଳୁ ସକାଳୁ ଏକ ଟ୍ବିଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଅଧିକ ପଢନ୍ତୁ...

ଭୂମି ପୂଜନ ପୂର୍ବରୁ ଓୱେସୀଙ୍କ ଟ୍ବିଟ
ଭୂମି ପୂଜନ ପୂର୍ବରୁ ଓୱେସୀଙ୍କ ଟ୍ବିଟ

By

Published : Aug 5, 2020, 8:54 AM IST

ନୂଆଦିଲ୍ଲୀ: ଆଜି ସବୁ ପ୍ରତିକ୍ଷାରେ ଘଟିବ ଅନ୍ତ । ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ । ରାମ ଜନ୍ମ ଭୂମିରେ ନିର୍ମାଣ ହେବ ଭବ୍ୟ ମନ୍ଦିର । ଏଥିପାଇଁ ଆଜି ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ଭୂମି ପୂଜନ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସେପଟେ ଭବ୍ୟ ରାମ ମନ୍ଦିର ଭୂମି-ପୂଜନ ପୂର୍ବରୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ଟ୍ବିଟ କରିଛନ୍ତି ।

ଓୱେସୀ ଟ୍ବିଟ କରି ଲେଖିଛନ୍ତି, ’ବାବ୍ରୀ ମସଜିଦ ଥିଲା, ଅଛି ଓ ରହିବ ଇନଶା-ଆଲ୍ଲା । ’ ଏଥିସହ ସେ ଦୁଇଟି ବିଧ୍ବଂସ ବ୍ରାବୀ ମସଜିଦର ଫଟୋ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର 9, 2019ରେ ସୁପ୍ରିମକୋର୍ଟ ବିବାଦିତ ରାମ ମନ୍ଦିର ଓ ବାବ୍ରୀ ମସଜିଦର ଭୂମିକୁ ନେଇ ରାୟ ଶୁଣାଇଥିଲେ । ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ ବିବାଦ ଜମିକୁ ରାମ ଲାଲଙ୍କୁ ହସ୍ତାନ୍ତର କରିଥିଲେ । ଏଥିସହ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାରେ ପାଞ୍ଚ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟିଏ ଦିନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତିରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କଡା ଜବାବ ଦେଇଥିଲେ । ପ୍ରିୟଙ୍କାଙ୍କ ବିବୃତ୍ତିରେ ଓୱେସୀ କହିଛନ୍ତି, 'ଖୁସି ଯେ ସେ ଆଉ ଡ୍ରାମା କରୁନାହାଁନ୍ତି। ଯଦି ତୁମେ ହିନ୍ଦୁତ୍ୱର ଆଦର୍ଶକୁ ଗ୍ରହଣ କରିବାକୁ ଚାହୁଁଛ, ଏହା ଠିକ୍, କିନ୍ତୁ ଭାଇଚାରା ପ୍ରସଙ୍ଗରେ କାହିଁକି ମୂଲ୍ୟହୀନ କଥାବାର୍ତ୍ତା କରୁଛନ୍ତି? ’’

ପ୍ରିୟଙ୍କା ଗାନ୍ଧୀ ଭୂମି ପୂଜନ କାର୍ଯ୍ୟକ୍ରମକୁ ସମର୍ଥନ କରି କହିଥିଲେ ଯେ, ରାମ ସମସ୍ତଙ୍କ ଠାରେ ଅଛନ୍ତି ସେ ସମସ୍ତଙ୍କ ସହ ଅଛନ୍ତି। ସରଳତା, ସାହସ, ସଂଯମତା, ବଳିଦାନ, ପ୍ରତିବଦ୍ଧତା, ଦୀନବନ୍ଧୁ ହେଉଛନ୍ତି ରାମ । ପ୍ରିୟଙ୍କା ଗାନ୍ଧୀ ଆହୁରି ମଧ୍ୟ କହିଥିଲେ ଯେ ରାମଲାଲା ମନ୍ଦିରର ଭୂମି ପୂଜନଙ୍କ କାର୍ଯ୍ୟକ୍ରମ ଜାତୀୟ ଏକତା, ଭ୍ରାତୃଭାବ ଏବଂ ସାଂସ୍କୃତିକ ମଣ୍ଡଳୀ ପାଇଁ ଏକ ଉତ୍ସବ ଅଟେ।

ABOUT THE AUTHOR

...view details