ଓଡିଶା

odisha

ETV Bharat / bharat

ରୋଚକ ହେଉଛି ତାମିଲନାଡୁ ରାଜନୀତି, 8ଟି ଦଳକୁ ନେଇ ଡିଏମକେ ଗଠନ କଲା ମହାମେଣ୍ଟ - ଏଆଇଡିଏମକେ

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ରୋଚକ ହେଉଛି ଦକ୍ଷିଣ ରାଜନୀତି । ସାଉଥ ସୁପରଷ୍ଟାର ରଜନୀକାନ୍ତ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିବା ପରେ ଏବେ ଦୁଇ ପ୍ରମୁଖ ଦଳ ଡିଏମକେ, ଏଆଇଡିଏମକେ କଂଗ୍ରେସ ବିଜେପିକୁ ନେଇ ମେଣ୍ଟ କରିଛନ୍ତି ।

ଫାଇଲ ଫଟୋ

By

Published : Feb 19, 2019, 11:14 AM IST

Updated : Feb 19, 2019, 11:46 AM IST

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆନ୍ନା ଦାବ୍ରିଡ଼ ମୁନେତ୍ର କାଜଗହାମ (ଏଆଇଡିଏମକେ) ବିଜେପି ସହ ମେଣ୍ଟ ନେଇ ଘୋଷଣା କରିବା ପୂର୍ବରୁ ତାମିଲନାଡୁରେ ଦ୍ରାବିଡ ମୁନେତ୍ରା କାଜହଗାମ (ଡିଏମକେ) କଲା ମହାମେଣ୍ଟ । କଂଗ୍ରେସ ସହ 8ଟି ଦଳକୁ ନେଇ ମହାମେଣ୍ଟ କରିଛି ଡିଏମକେ । ଅନ୍ତିମ ଲୋକସଭା ନିର୍ବାଚନରେ ଡିଏମକେ ଏବଂ କଂଗ୍ରେସ ତାମିଲନାଡୁରେ କୌଣସି ଆସନ ଜିତିବାରେ ସକ୍ଷମ ହୋଇନଥିଲା । ମୋଟ 39ଟି ଲୋକସଭା ଆସନରୁ 37ଟି ଏଆଇଡିଏମକେ, ବିଜେପି ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏଁ ଆସନ ଜିତିବାରେ ସକ୍ଷମ ହୋଇଥିଲା । ତେବେ ଚଳିତଥର ଏଆଇଡିଏମକେ ଉଭୟ ଲୋକସଭା ଏବଂ ବିଧାନସଭାରେ ମାତ୍ ଖାଇବ ବୋଲି ଡିଏମକେ ଆକଳନ କରିଛି ।

ଡିଏମକେ ସହିତ ବାମପନ୍ଥୀ ଦଳ, ମୁସଲିମ ଲିଗ୍, ଏମଡିଏମକେ ଏବଂ ବିସିକେ ମେଣ୍ଟ କରିବେ ବୋଲି ସୂଚନା ରହିଛି । ହେଲେ ପତାଳି ମକ୍କଲ କାଚି (ପିଏମକେ) ନିର୍ବାଚନ ଲଢିବ କି ନାହିଁ ସ୍ଥିର ହୋଇନାହିଁ । ଏଆଇଡିଏମକେ ଓ ବିଜେପି ମେଣ୍ଟରେ ପିଏମକେ ସାମିଲ ହେବ ବୋଲି ସମ୍ଭାବନା ଅଧିକ ରହିଛି । ଅନ୍ତିମ ସାଧାରଣ ନିର୍ବାଚନରେ ପତାଳି ମକ୍କଲ କାଚି (ପିଏମକେ) ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଥିଲା । ନିର୍ବାଚନରେ ଅଧିକ ଆସନରେ ପ୍ରାର୍ଥୀ ଦେବା ପାଇଁ ଦାବି କରୁଥିବାରୁ ପିଏମକେକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ତେବେ ଡିଏମକେ ଏବେ ଦୁଇଟି କମିଟି ଗଠନ କରିଛି । ପ୍ରଥମ କମିଟି ଘୋଷଣା ପତ୍ର ପ୍ରସ୍ତୁତ କରୁଛି ଅନ୍ୟଟି ମେଣ୍ଟ ନେଇ ରାଜନୈତିକ ଦଳଙ୍କ ସହ ଆଲୋଚନା କରୁଛି । ଖୁବଶୀଘ୍ର ଆସନ ବୁଝାମଣା ଅଙ୍କ ଛିଣ୍ଡିବ ବୋଲି ଜଣାପଡିଛି । ଡିଏମକେ ଓ କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ବିଫଳତାକୁ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଗତ ସପ୍ତାହରେ ତାମିଲନାଡୁ କଂଗ୍ରେସ କମିଟିର ଅଧ୍ୟକ୍ଷ ଏମ୍. କେ ଆଲିଗିରି କେନ୍ଦ୍ର କଂଗ୍ରେସର ହେବିଓ୍ବେଟଙ୍କୁ ଭେଟିଥିଲେ । ଆଗାମୀ ଦିନରେ କିଭଳି ତାମିଲନାଡୁରେ ମେଣ୍ଟ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି ।

Last Updated : Feb 19, 2019, 11:46 AM IST

ABOUT THE AUTHOR

...view details