ଓଡିଶା

odisha

ETV Bharat / bharat

ଅଗଷ୍ଟ 15 ପୂର୍ବରୁ କଶ୍ମୀର ଯିବେ ସେନାର 100 ଅତିରିକ୍ତ କମ୍ପାନୀ - 100 additional companies deployed in kashmir valley deployment

ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ମୋଦି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ 15 ପୂର୍ବରୁ ଘାଟିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ 100 ସୁରକ୍ଷାସଂସ୍ଥା ଜମ୍ମୁକଶ୍ମୀରରେ ପହଞ୍ଚିବେ ।

ଫାଇଲ ଫଟୋ

By

Published : Jul 27, 2019, 2:46 PM IST

ନୂଆଦିଲ୍ଲୀ: ଅଗଷ୍ଟ 15 ପୂର୍ବରୁ ଜମ୍ମୁକଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ 15 ପୂର୍ବରୁ କଶ୍ମୀର ଘାଟିରେ ସୁରକ୍ଷାକର୍ମୀଙ୍କ 100 ଅତିରିକ୍ତ କମ୍ପାନୀ ନିୟୋଜିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ସୁରକ୍ଷାକର୍ମୀଙ୍କ ଏହି 100 ଅତିରିକ୍ତ କମ୍ପାନୀ ମଧ୍ୟରେ ସିଆରପିଏଫର 50, ବିଏସଏଫର 10, ଏସଏସବିର 30 ଏବଂ ଆଇଟିବିର 10 କମ୍ପାନୀ ସାମିଲ ରହିବେ ।

ଘାଟିରେ ଆତଙ୍କବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦୀମାନେ ଅଗଷ୍ଟ 15 କିମ୍ବା ଏହାର ନିକଟବର୍ତ୍ତୀ ଦିନ ଗୁଡିକରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରିଥାନ୍ତି । ବର୍ଷ ବର୍ଷ ଧରି କଶ୍ମୀର ଆତଙ୍କୀଙ୍କ ଏହି ଅତ୍ୟାଚାରର ଶିକାର ହୋଇଆସୁଛି । ଅନେକ ସମୟରେ ଆତଙ୍କବାଦୀମାନେ ଘାଟି ରାସ୍ତାରେ ଦେଶର ବିଭିନ୍ନ ଭାଗକୁ ଆତଙ୍କୀ ଆକ୍ରମଣର ଶେଷ ପରିଣତି ଦେଇଥାନ୍ତି । ଯାହାକୁ ଅନେକ ସମୟରେ ସୁରକ୍ଷାସଂସ୍ଥା ବିଫଳ କରିଛନ୍ତି ।

ପାକିସ୍ତାନ ଲଗାତାର ସିଜଫାୟାରର ଉଲ୍ଲଙ୍ଘନ କରିବା କାରଣରୁ ଆତଙ୍କବାଦୀଙ୍କୁ ଘାଟି ଭିତରେ ଅନୁପ୍ରବେଶର ସୁବିଧା ମିଳିଥାଏ । ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ଅନେକ ଥର ସିଜଫାୟାର ଉଲ୍ଲଙ୍ଘନ ହୋଇଛି । ସେପଟେ ସେନା ପ୍ରବକ୍ତାଙ୍କ କହିବାନୁଯାୟୀ, ବାରମ୍ବାର ସିଜଫାୟାର ଉଲ୍ଲଙ୍ଘନ କରୁଥିବା ପାକିସ୍ତାନକୁ ମଧ୍ୟ କଡା ଜବାବ ଦେଇଛି ଭାରତୀୟ ସେନା ।

ABOUT THE AUTHOR

...view details