ଓଡିଶା

odisha

ETV Bharat / bharat

ଗଧର ଦୁଗ୍ଧରେ ପ୍ରସ୍ତୁତ ହେଉଛି ସାବୁନ, ବଢିବାରେ ଲାଗିଛି ଚାହିଦା - ଦିଲ୍ଲୀର ପୂଜା କୌଲ ପ୍ରସ୍ତୁତ କରିଛନ୍ତି ଗଧୀ ଦୁଗ୍ଧରେ ସାବୁନ

କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁ ଷ୍ଟାର୍ଟଅପର ଆରମ୍ଭ ହୋଇଛି, ଯାହା ଦ୍ବାରା ଯୁବପିଢି ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଅନେକ ନୂଆ ନୂଆ ଉତ୍ପାଦ ନିର୍ମାଣ କରୁଛନ୍ତି। ଉତ୍ତରାଖଣ୍ଡର କାଶୀପୁରରେ ଆୟୋଜିତ ଷ୍ଟାର୍ଟଅପ ପ୍ରଦର୍ଶନୀରେ 100ରୁ ଅଧିକ ନିଜ ଦ୍ବାରା ନିର୍ମିତ ସାମଗ୍ରୀ ଆଣି ପ୍ରଦର୍ଶନ କରୁଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 21, 2019, 11:58 AM IST

ଡେରାଡୁନ: ଆପଣ ଗାଈ, ମଇଁଷି ଓ ଛେଳିର ଦୁଗ୍ଧ ବିଷୟରେ ନିଶ୍ଚିତ ପଢିଥିବେ ଓ ଜାଣିଥିବେ । ଆଜି ଆମେ ଏମିତି ଏକ ପଶୁର ଦୁଗ୍ଧ ସମ୍ପର୍କରେ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିତ ହତଚକିତ କରିବ । ଉତ୍ତରାଖଣ୍ଡର କାଶୀପୁରସ୍ଥିତ କୁଣ୍ଡେଶ୍ବରୀରେ ଆୟୋଜିତ ଷ୍ଟାଟଅପ ପ୍ରଦର୍ଶନୀରେ ଏପରି ଏକ ସାବୁନକୁ ପ୍ରଦର୍ଶିତ କରାଯାଇଛି, ଯାହା ଚର୍ଚ୍ଚାର ପରିସରକୁ ଆସିଛି ।

କୁଣ୍ଡେଶ୍ବରୀ ଠାରେ ଥିବା ଦେଶର ଅଗ୍ରଣୀ ଶିକ୍ଷା ସଂସ୍ଥାନ ଆଇଆଇଏମରେ ରାଜ୍ୟର ସବୁଠୁ ବଡ ଷ୍ଟାର୍ଟଅପ ଇଭେଣ୍ଟରେ ଦେଶର ନାମୀଦାମୀ ମାଲିକ ନିଜର ଅଭିନବ ଉତ୍ପାଦର ପ୍ରଦର୍ଶନୀ ଲଗାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୂଜା କୌଲ। । ସେ ଟାଟା ଇଷ୍ଟିଚ୍ୟୁଟ ଅଫ ସେସିଆଲ ସାଇନ୍ସସେସରେ ଗ୍ରାଜୁଏସନ କରିଛନ୍ତି । ଗଧର ଦୁଗ୍ଧରେ ସାବୁନ ପ୍ରସ୍ତୁତ କରିଛନ୍ତି ସେ। ଯାହା ସମ୍ପୂର୍ଣ୍ଣ ଅର୍ଗାନିକ। ଏହି ସାବୁନକୁ ଦେଖିବା ପାଇଁ ପ୍ରବଳ ଭିଡ ଲାଗୁଛି ।

କିପରି ପ୍ରସ୍ତୁତ ହୁଏ ସାବୁନ

ପୂଜା କହିଛନ୍ତି ଯେ, ସେ ଯେବେ ଗ୍ରାଜୁଏସନ କରୁଥିଲେ ସେତବେଳେ ଦୁଗ୍ଧରେ କିଛି ନୂଆ ସାମଗ୍ରୀ ପ୍ରସ୍ତୁତ କରିବାର ଇଚ୍ଛା ତାଙ୍କ ମୁଣ୍ଡକୁ ଆସିଲା । ଏହାପରେ ସେ ଅନେକ ଗବେଷଣା କରି ଷ୍ଟାର୍ଟଅପ ସ୍ତରରେ ଏହାକୁ ପ୍ରସ୍ତୁତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକ ଗଧ ପାଳନ କରୁଛନ୍ତି ସେମାନଙ୍କ ଠାରୁ ଦୁଗ୍ଧ କିଣି ଏହାକୁ ପ୍ରସ୍ତୁତ କରୁଛନ୍ତି । ଏହା ସହିତ ସମସ୍ତ ପ୍ରାକୃତିକ ଦ୍ରବ୍ୟ ନିମ୍ବ, ଚନ୍ଦନ, ଏଲୋବେରା, ଅମୃତଭଣ୍ଡା ପାଉଡର, ବାଦାମ ତେଲ, ହଳଦୀ ଆଦି ମିଶ୍ରଣ କରି 2 ପ୍ରକାରର ସାବୁନର ପ୍ରସ୍ତୁତ କରିଛନ୍ତି । ଯାହା ଅଏଲି ଏବଂ ସେନସିଟିଭି ତ୍ବଚା ପାଇଁ ବେଶ ଲାଭଦାୟକ ଅଟେ । ଏକଜିମା, ଆଲର୍ଜି ଓ ବ୍ରଣ ଭଳି ସମସ୍ୟାକୁ ଦୂର କରିଥାଏ ଏହି ସାବୁନ।

ଗଧୀ ଦୁଗ୍ଧର ଗୋଟିଏ ଚାମଚର ମୂଲ୍ୟ 100 ଟଙ୍କା

ପୂଜାଙ୍କ କହିବାକଥା ଯେ, ଏହି ସାବୁନ ପ୍ରସ୍ତୁତ କରିବା ଅତି ସହଜ ନୁହେଁ । ଯେଉଁ ଲୋକ ଗଧ ପାଳନ କରୁଛନ୍ତି ସେମାନଙ୍କୁ ବହୁ ପ୍ରକାର ବୁଝାଇବାକୁ ପଡୁଛି । ଆଉ ଦୁଗ୍ଧ ଦେବାର ସମୟ ସକାଳ 4ରୁ 6ଟା ଭିତରେ ହୋଇଥାଏ । ଏହାକୁ ଏହାକୁ 10 ଘଣ୍ଟା ଭିତରେ ବ୍ୟବହାର କରିବାକୁ ପଡିଥାଏ । ତେଣୁ ଯେଉଁଦିନ ଦୁଗ୍ଧ ସଂଗ୍ରହ କରାଯାଉଛି ସେହିଦିନ ହିଁ ସାବୁନ ପ୍ରସ୍ତୁତ କରାଯାଉଛି । କେତେକ ସ୍ଥାନରେ ଗଧର ଦୁଗ୍ଧ 2 ହଜାରରୁ 3 ହଜାର ଟଙ୍କାରେ ବିକ୍ରି କରାଯାଉଛି । ଯାହାର ଗୋଟିଏ ଚାମଚର ମୂଲ୍ୟ 50 ରୁ 100 ଟଙ୍କା । ସେ ଅବେ ଗଜିଆବାଦର ଲୋନୀ, ଡାସନା ଓ ମହାରାଷ୍ଟ୍ରର ସୋଲାପୁରରୁ ଗଧ ଦୁଗ୍ଧ କ୍ରୟ କରୁଛନ୍ତି । ତେଣୁ ଏବେ ଗଧ ପାଳନ କରୁଥିବା ଚାଷୀଙ୍କର ଆୟରେ ବୃଦ୍ଧି ପାଇବାରେ ଲାଗିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପୂଜା କୌଲଙ୍କ ଟିମରେ 6 ଜଣ ସଦସ୍ୟ କାମ କରୁଛନ୍ତି । ସେ କହିଛନ୍ତି ସାବୁନ କେବଳ ଅରଗାନିକ ତାହା ନୁହେଁ । ଏହାର ପ୍ୟାକେଟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଯାହା ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲି । ଗୁଆ ଖୋଳପାରେ ଏହାର ପ୍ୟାକେଟ ପ୍ରସ୍ତୁତ କରାଯାଉ ଥିବାବେଳେ ଝୋଟର ବ୍ୟାଗରେ ଏହାକୁ ଗ୍ରାହକଙ୍କୁ ଦିଆଯାଉଛି।

ABOUT THE AUTHOR

...view details