ଓଡିଶା

odisha

By

Published : Jan 18, 2021, 4:57 PM IST

ETV Bharat / bharat

ଗଣତନ୍ତ୍ର ଦିବସ: ଅଟାରୀ ୱାଘା ସୀମୀରେ ହେବନାହିଁ ବିଟିଙ୍ଗ୍‌ ରିଟ୍ରିଟ କାର୍ଯ୍ୟକ୍ରମ

26 ଜାନୁଆରୀ ଗଣତନ୍ତ୍ର ଦିବସରେ ଅଟାରୀ ୱାଘା ସୀମାରେ ମିଳିତ ପରେଡର ଆୟୋଜନ କରାଯିବ ନାହିଁ । ଅଧିକ ପଢନ୍ତୁ...

ଗଣତନ୍ତ୍ର ଦିବସ: ଅଟାରୀ ୱାଘା ସୀମୀରେ ହେବନାହିଁ ବିଟିଙ୍ଗ୍‌ ରିଟ୍ରିଟ କାର୍ଯ୍ୟକ୍ରମ
ଗଣତନ୍ତ୍ର ଦିବସ: ଅଟାରୀ ୱାଘା ସୀମୀରେ ହେବନାହିଁ ବିଟିଙ୍ଗ୍‌ ରିଟ୍ରିଟ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ କାରଣରୁ ଚଳିତଥର କଟକଣାକୁ ଦୃଷ୍ଟିରେ ରଖି 26 ଜାନୁଆରୀ ଗଣତନ୍ତ୍ର ଦିବସରେ ଜନସାଧାରଣଙ୍କୁ ସୀମାକୁ ଆସିବାକୁ ଅନୁମତି ନାହିଁ । କେବଳ ଏତିକି ନୁହେଁ, ଏଥର ମିଳିତ ପରେଡର ମଧ୍ୟ ଆୟୋଜନ କରାଯିବ ନାହିଁ । ଭାରତ ପକ୍ଷରୁ ଯେଭଳି ସର୍ବଦା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହୁଏ, ତାହା ହିଁ କରାଯିବ ।

ମହାମାରୀ କୋରୋନା କାରଣରୁ ଗତ ବର୍ଷ ମାର୍ଚ୍ଚରୁ ହିଁ ଅଟାରୀ ୱାଘା ସୀମାରେ ରିଟ୍ରିଟ ସମାରୋହ ବନ୍ଦ ରହିଛି । ଗତବର୍ଷ ଗଣତନ୍ତ୍ର ଦିବସରେ ଅଟାରୀ ୱାଘା ସୀମାରେ ବିଟିଙ୍ଗ୍‌ ରିଟ୍ରିଟ ସମାରୋହର ଆୟୋଜନ କରାଯାଇଥିଲା । ଏହା ପରେ ଅଗଷ୍ଟ 15ରେ ଅଟାରୀ ସ୍ଥିତ ମିଳିତ ଚେକ ପୋଷ୍ଟରେ ବିନା ଦର୍ଶକରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଟିଙ୍ଗ ରିଟ୍ରିଟ କାର୍ଯ୍ୟକ୍ରମ ଅଗଷ୍ଟ 15ରେ ହୋଇଥିଲା ମାତ୍ର ଏଥିରେ ସାଧାରଣ ଜନତାଙ୍କ ସାମିଲ ଉପରେ ରୋକ ଲଗାଯାଇଥିଲା ।

ବିଟିଙ୍ଗ ରିଟ୍ରିଟ ସମାରୋହର ଆରମ୍ଭ 1959ରେ ହୋଇଥିଲା । ସେବେଠୁ ମାତ୍ର କିଛି ଅବସରକୁ ଛାଡି ଏହା କ୍ରମାଗତ ଜାରି ରହିଛି । ଏଥିରେ ଭାରତ ପକ୍ଷରୁ ବିଏସଏଫ ଜବାନ ଓ ପାକିସ୍ତାନ ପକ୍ଷରୁ ପାକ ରେଞ୍ଜର୍ସ ସାମିଲ ହୋଇଥାନ୍ତି । ଦୁଇ ଦେଶର ହଜାର ହଜାର ଦର୍ଶକ ଏହାକୁ ଦେଖିବା ପାଇଁ ଏଠାରେ ପହଞ୍ଚିଥାନ୍ତି । 1959ରେ ଆରମ୍ଭ ହେବା ପରେ 1965ରେ ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ ବିଟିଙ୍ଗ ରିଟ୍ରିଟ ସମାରୋହ ପ୍ରଥମ ଥର ରଦ୍ଧ ହୋଇଥିଲା ।

ABOUT THE AUTHOR

...view details