ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁରେ କୋଭିଡ-19 ଆକ୍ରାନ୍ତଙ୍କ ଡୋର ଟୁ ଡୋର ସର୍ଭେ କରିବ BBMP

ବେଙ୍ଗାଲୁରରେ ବିବଏମପି ଟିମ୍ ସହରର ସମସ୍ତ 198 ମ୍ୟୁନିସିପାଲିଟି ୱାର୍ଡରେ ବୁଥ୍ ସ୍ତରରେ ଥିବା ସମସ୍ତ ପରିବାର ଉପରେ ଏକ ସର୍ଭେ କରିବେ, ଯେଉଁଥିରେ ଗୁରୁତର ରୋଗରେ ପୀଡିତ ଲୋକଙ୍କ ଯାଞ୍ଚ କରାଯିବ । ଅଧିକ ପଢନ୍ତୁ...

By

Published : May 2, 2020, 11:32 AM IST

BBMP
ବେଙ୍ଗାଲୁରୁ

ବେଙ୍ଗାଲୁରୁ: ସହରରେ COVID-19ର ବୃଦ୍ଧି ଘଟଣାରେ ଚିନ୍ତିତ, ନାଗରିକ ସଂସ୍ଥା ଶୁକ୍ରବାର ସହରରେ ଏକ ବୃହତ ଭାବେ ଡୋର ଟୁ ଡୋର ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । ଯାହା ପୌରସଂସ୍ଥା ସୀମା ମଧ୍ୟରେ ଥିବା ସମସ୍ତ ପରିବାରକୁ ସ୍କ୍ରିନିଂ କରିବ ।

ବେଙ୍ଗାଲୁରୁ

ଏକ ଆଦେଶ ଦେଇ ବ୍ରୁହଟ ବେଙ୍ଗାଲୁରୁ ମହାନଗର ପାଲିକେ କମିଶନର ବିଏଚ୍ ଅନିଲ କୁମାର କହିଛନ୍ତି ଯେ, ବୁଥ ସ୍ତରର ଅଧିକାରୀ, ସରକାରୀ ଶିକ୍ଷକ, ସରକାରୀ ସହାୟକ, ବିବିଏମ୍ପି ଏବଂ ବେସରକାରୀ ବିଦ୍ୟାଳୟକୁ ନେଇ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଦଳ ଗଠନ କରାଯିବ। ଏହି ଟିମ୍ ସହରର ସମସ୍ତ 198 ମ୍ୟୁନିସିପାଲିଟି ୱାର୍ଡରେ ବୁଥ୍ ସ୍ତରରେ ଥିବା ସମସ୍ତ ପରିବାର ଉପରେ ଏକ ସର୍ଭେ କରିବେ, ଯେଉଁଥିରେ ଗୁରୁତର ରୋଗରେ ପୀଡିତ ଲୋକଙ୍କ ଯାଞ୍ଚ କରାଯିବ । ଯେଉଁଥିରେ ତୀବ୍ର ଶ୍ବାସକ୍ରିୟା ରୋଗୀ, ଇନ୍‌ଫ୍ଲୁଏଞ୍ଜା ପରି ଅସୁସ୍ଥତା କିମ୍ବା ଅନ୍ୟ କୌଣସି ରୋଗ ସାମିଲ ଅଛି । ଅତି କମରେ 25 ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ହୋଇଛି ।

ଅନିଲ କୁମାର କହିଛନ୍ତିଯେ, ଆମେ 17,000 HST ଗଠନ କରିବାକୁ ଲକ୍ଷ୍ୟ ରଖିଛୁ, କିନ୍ତୁ ଆମକୁ ସର୍ବନିମ୍ନ 8,000 HST ଆବଶ୍ୟକ ବୋଲି କୁମାର କହିଛନ୍ତି। ସହରରେ ପଡୁଥିବା 27 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ତାଲିମ ଶିବିର ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଶିକ୍ଷା ବିଭାଗର ଅଧିକାରୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ, ବିବିଏମ୍ପି ଶିକ୍ଷା ଅଧିକାରୀ ତଥା ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।

ରାଜ୍ୟ ରାଜଧାନୀର ସମସ୍ତ ବିଦ୍ୟାଳୟ ଏବଂ ବୁଥ୍ ସ୍ତରର ଅଧିକାରୀମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ଏନଫ୍ଲୁଏଞ୍ଜା ଭଳି ରୋଗରେ ଆକ୍ରାନ୍ତ ଥିବା COVID-19 ରୋଗୀଙ୍କ ଦ୍ବାର ଦ୍ବାର ବୁଲି ସର୍ଭେ ପାଇଁ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି ବରିଷ୍ଠ ଅଧିକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ବୁଥ ସ୍ତରର ଅଧିକାରୀମାନେ ତାଲିମ ନେବାକୁ ନ ଆସନ୍ତି ଓ ସର୍ଭେ କରିବାକୁ ମନା କରନ୍ତି, ତେବେ 1897ର ମହାମାରୀ ରୋଗ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।

କୁମାର କହିଛନ୍ତି ଯେ ବେସରକାରୀ ବିଦ୍ୟାଳୟ ଏବଂ ସେମାନଙ୍କର ଶିକ୍ଷକ ଅଭିଯାନରେ ଭାଗ ନେବାକୁ ମନା କରିପାରିବେ ନାହିଁ ଅନ୍ୟଥା ଆମେ ମହାମାରୀ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ABOUT THE AUTHOR

...view details