ବେଙ୍ଗାଲୁରୁ: ପରିବେଶକୁ ନିର୍ମଳ ତଥା ସ୍ବଚ୍ଛ ରଖିବା ଲାଗି ବୃହତ ବେଙ୍ଗାଲୁରୁ ମହାନଗର ନିଗମ(ବିବିଏମପି)ର ନୂଆ ପ୍ରୟାସ। ସହରର ରାସ୍ତାକଡ ତଥା କାନ୍ଥବାଡରେ ପରିସ୍ରା କରିବାକୁ ରୋକିବା ଲାଗି ସେଠାରେ ଥିବା ପାଚେରୀରେ ଲଗାଇଲା ଆଇନା।
ରାସ୍ତାକୁ ପରିସ୍ରାଗାରରୁ ବଞ୍ଚାଇବ ଆଇନା - ବୃହତ ବେଙ୍ଗାଲୁରୁ ମହାନଗର ପାଳିକା
ପରିବେଶକୁ ନିର୍ମଳ ତଥା ସ୍ବଚ୍ଛ ରଖିବା ଲାଗି ବୃହତ ବେଙ୍ଗାଲୁରୁ ମହାନଗର ନିଗମ(ବିବିଏମପି)ର ନୂଆ ପ୍ରୟାସ। ସହରର ରାସ୍ତାକଡ ତଥା କାନ୍ଥବାଡରେ ପରିସ୍ରା କରିବାକୁ ରୋକିବା ଲାଗି ସେଠାରେ ଥିବା ପାଚେରୀରେ ଲଗାଇଲା ଆଇନା।
ରାସ୍ତାକୁ ପରିସ୍ରାଗାରରୁ ବଞ୍ଚାଇବ ଆଇନା
ବେଙ୍ଗାଲୁରୁ ସହରର 5ଟି ବ୍ୟସ୍ତବହୁଳ ରାସ୍ତାରେ ଥିବା ପାଚେରୀରେ 50 ହଜାର ଟଙ୍କା ମୂଲ୍ୟର ଆଇନା ଲଗାଯାଇଛି । ଏହା ରାସ୍ତା ଏବଂ ପାଚେରୀକୁ ପରିସ୍ରାଗାର କରିବାରୁ ବଞ୍ଚାଇବ ବୋଲି କୁହାଯାଉଛି । ଦେଶରେ ସ୍ବଚ୍ଛଭାରତ ଅଭିଯାନ ଚାଲିଥିଲେ ମଧ୍ୟ କିଛି ଲୋକଙ୍କ ବଦଭ୍ୟାସକୁ ରୋକିବା ଲାଗି ଏହି ପ୍ରୟାସ କରାଯାଇଛି।
ରାସ୍ତାକଡରେ ଆଇନା ଲାଗିବା ଫଳରେ ଲୋକେ ପରିସ୍ରା କରିବାକୁ ଯାଇ ନିଜକୁ ଦେଖିଲେ ଆଉ ଏଭଳି କାମ କରିବେ ନାହିଁ ବୋଲି ବିବିଏମପି ପକ୍ଷରୁ କୁହାଯାଇଛି। ଏହି ଆଇନା ଲଗାଯିବା ବ୍ୟବସ୍ଥା ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଧିନରେ କରାଯାଇଛି।