ଓଡିଶା

odisha

ETV Bharat / bharat

ଶୌଚାଳୟ ଅବସ୍ଥିତି ଦର୍ଶାଇବ ସ୍କାନର - BBMP has installed mirrors in five locations

ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ବେଙ୍ଗାଲୁରୁ ମହାନଗର ନିଗମ ପକ୍ଷରୁ ବାରକୋଡ୍‌ ସ୍କାନର ଲଗାଯାଇଛି। ଯାହା ସହରର ବିଭିନ୍ନ ସ୍ଥାନରେ ଥିବା ଶୌଚାଳୟର ଅବସ୍ଥିତି ଦର୍ଶାଇବ।

karnatak
ବାହ୍ୟ ମଳମୂତ୍ର ତ୍ୟାଗ ରୋକିବାକୁ ବିବିଏମପିର ପ୍ରୟାସ

By

Published : Jan 15, 2020, 10:46 AM IST

ବେଙ୍ଗାଲୁରୁ: ସ୍ବଚ୍ଛ ସର୍ବେକ୍ଷଣ 2020 କାର୍ଯ୍ୟକ୍ରମ ମାଧ୍ୟମରେ ବୃହତ ବେଙ୍ଗାଲୁରୁ ମହାନଗର ନିଗମ ପକ୍ଷରୁ ବାରକୋଡ୍ ସ୍କାନର ଲଗାଯାଇଛି। ଯାହା ଦ୍ବାରା ସହରର ବିଭିନ୍ନ ସ୍ଥାନରେ ଥିବା ଶୌଚାଳୟର ଅବସ୍ଥିତିକୁ ଦର୍ଶାଇବ। ସହରକୁ ବାହ୍ୟ ଶୌଚ ମୁକ୍ତ କରିବା ଉଦ୍ଦେଶ୍ୟରେ ମହାନଗର ନିଗମ ଏହି ସ୍କାନରକୁ ଲଗାଯାଇଛି। ଏଥିପାଇଁ ସହରରେ 5ଟି ସ୍ଥାନରେ ଏହି ବାରକୋଡ୍‌ ଲଗାଯାଇଛି।

ବାହ୍ୟ ମଳମୂତ୍ର ତ୍ୟାଗ ରୋକିବାକୁ ବିବିଏମପିର ପ୍ରୟାସ

ଏନେଇ ମହାନଗର ନିଗମର କମିଶନର ବିଏଚ ଅନୀଲ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ବାରମ୍ବାର ମଳମୂତ୍ର ତ୍ୟାଗ କରାଯାଉଥିବା ଭିନ୍ନ ଭିନ୍ନ ସ୍ଥାନକୁ ଚିହ୍ନଟ କରାଯାଇଛି। ଏହାକୁ ବାରମ୍ବାର ସଫା କରିବାକୁ ପଡୁଛି। ଏପରି ସ୍ଥଳେ ଆମେ ଏହି ସ୍କାନର ଲଗାଇବାକୁ ସ୍ଥିର କରିଛୁ। ଯାହା ଦ୍ବାରା ଲୋକେ ନିଜ ପାଖରେ ଥିବା ଶୌଚାଳୟକୁ ଜାଣି ପାରିବେ।

ABOUT THE AUTHOR

...view details