ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଫୁଲର ପର୍ବ ବଟୁକମ୍ମା ଆରମ୍ଭ

ଆରମ୍ଭ ହୋଇଛି ବଟୁକମ୍ମା ପର୍ବ । ମହିଳାଙ୍କ ସହ କୁଆଁରୀ ଝିଅ ମାନେ ମିଶି ଗୀତ ନୃତ୍ୟ କରିବା ସହ ପାଳୁଛନ୍ତି ପର୍ବ ।

By

Published : Sep 28, 2019, 11:37 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ହାଇଦ୍ରାବାଦ: ତେଲେଙ୍ଗାନାରେ ଫୁଲର ଉତ୍ସବ ବଟୁକମ୍ମା ପର୍ବ ପାଳନ ହୋଇଛି । ମହିଳା ମାନଙ୍କ ଦ୍ବାରା ପାଳନ କରାଯାଉଥିବା ଏହି ପର୍ବ ଏକ କ୍ଷେତ୍ରୀୟ ପର୍ବ ଅଟେ । ତେବେ ୟୈଙ୍ଗଲୀ ବଟୁକମ୍ମାରୁ ଏହି ଉତ୍ସବ ଆରମ୍ଭ ହୋଇ ଅକ୍ଟୋବର 6 ସହୁଲା ବଟୁକମ୍ମା ସହ ସମ୍ପନ୍ନ କରାଯିବ । ଏହି ଉତ୍ସବ ପୁରା 9 ଦିନ ଧରି ପାଳନ କରାଯାଇଥାଏ ।

ମହିଳା ମାନେ ପାଳୁଛନ୍ତି ବଟୁକମ୍ମା ପର୍ବ

ବଟୁକମ୍ମାର ପ୍ରଥମ ଦିନ ଚାଉଳ, ଅଟା ସହ ତେଲ ମିଶି ଏକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ପର୍ବ ପାଳନ କରାଯାଇଥାଏ । ଆଉ ସମସ୍ତ ପ୍ରକାରର ଫୁଲରେ ପ୍ରସ୍ତୁତ ହୋଇଥିବା ପେନ୍ଥାକୁ ପୂଜା କରାଯାଥାଏ । ଏହା ଫୁଲର ଉତ୍ସବ ହୋଇଥିବାରୁ 9 ଦିନ ଧରି ମହିଳା ଓ କୁଆଁରି ଝିଅ ମାନେ ଏକ ଖାଲି ସ୍ଥାନରେ ଏକାଠି ହୋଇ ନିଜ ନିଜର ବଟୁକମ୍ମାକୁ ରଖି ଏକାଟି ହାତ ଧରାଧରି ଲୋକ ଗୀତ ଗାଇ ନୃତ୍ୟ କରିଥାନ୍ତି ।

ବଟୁକମ୍ମାକୁ ମନ୍ଦିର ଆକୃତିର ତିଆରି କରି ପୂଜା କରାଯାଉଥିବାବେଳେ । ତେଲୁଗୁରେ ବଟୁକମ୍ମାର ଅର୍ଥ ଦେବି ମାଆ ବଞ୍ଚିଛନ୍ତି ।

ABOUT THE AUTHOR

...view details