ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ କୋରୋନାରେ ଆକ୍ରାନ୍ତ 2557 ପୋଲିସ କର୍ମଚାରୀ, 30 ମୃତ - କୋରୋନା ଆକ୍ରାନ୍ତ

କୋରୋନାରେ ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏଥିରୁ ବାଦ ପଡୁନାହାନ୍ତି ପୋଲିସ କର୍ମଚାରୀ । ଏଯାବତ କୋରୋନାରେ 2557 ଜଣ ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 30 ଜଣଙ୍କ ମୃତ୍ୟୁ ଘଟିିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ସଂକ୍ରମିତ ପୋଲିସ କର୍ମଚାରୀଙ୍କ ସଂଖ୍ୟା 2557 ଟପିଲା, 30 ମୃତ୍ୟୁ
ମହାରାଷ୍ଟ୍ରରେ କୋରୋନା ସଂକ୍ରମିତ ପୋଲିସ କର୍ମଚାରୀଙ୍କ ସଂଖ୍ୟା 2557 ଟପିଲା, 30 ମୃତ୍ୟୁ

By

Published : Jun 4, 2020, 7:25 PM IST

ମୁମ୍ବାଇ: ସାରାବିଶ୍ବରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ହେଲେ ଦଃଖର ବିଷୟ, ଦିନ ରାତି ଖରା ବର୍ଷା ସହି ଆମକୁ ସଚେତନ କରୁଥିବା ପୋଲିସ କର୍ମଚାରୀ ବି ଏଥିରୁ ବାଦ ପଡିନାହାନ୍ତି । ଆଉ ଭାରତର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଦିନକୁ ଦିନ ପୋଲିସ କର୍ମୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

ମହାରାଷ୍ଟ୍ରରେ କୋରୋନା ସଂକ୍ରମିତ ପୋଲିସ କର୍ମଚାରୀଙ୍କ ସଂଖ୍ୟା 2557 ଟପିଲା, 30 ମୃତ୍ୟୁ

ଗୁରୁବାର ଜଣେ ମହାରାଷ୍ଟ୍ର ପୋଲିସର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ ଗତ 24 ଘଣ୍ଟା ତଳେ ଚିହ୍ନଟ ହୋଇଥିଲେ । ଏବେ ମହାରାଷ୍ଟ୍ରରେ 2557 ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 30ରେ ପହଞ୍ଚିଲାଣି ।

କୋରୋନାରେ ମୃତ 30 ପୋଲିସ କର୍ମଚାରୀଙ୍କ ମଧ୍ୟରୁ 18 ଜଣ ମୁମ୍ବାଇ ପୋଲିସ ଅଧିକାରୀ ଅଟନ୍ତି, ଯେଉଁମାନେ ମୁମ୍ବାଇରେ ଲକଡାଉନ ସମୟରେ କାର୍ଯ୍ୟରତ ଥିବା ବେଳେ ଏହି ମହମାରୀର ଶିକାର ହୋଇଥିଲା । ବର୍ତ୍ତମାନ 191 ଅଧିକାରୀଙ୍କ ସମେତ ପୋଲିସ୍ ଫୋର୍ସରେ ସକ୍ରିୟ ଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1510 ବୋଲି ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛନ୍ତି ।

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାନ ସମୟରେ ମହାରାଷ୍ଟ୍ର ପୋଲିସ୍ କର୍ମଚାରୀଙ୍କ ଉପରେ 258 ଥର ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ପାଖାପାଖି 86 ପୋଲିସ୍ ଆହତ ମଧ୍ୟ ହୋଇଥିଲେ । ମହାରାଷ୍ଟ୍ର ପୋଲିସ ଭାରତୀୟ ଦଣ୍ଡ ବିଧାନ ଧାରା 188 ଅନୁଯାୟୀ ଲକଡାଉନ୍ ଆଦେଶ ଉଲ୍ଲଂଘନ କରିଥିବା 28,820 ଜଣ ଲୋକଙ୍କୁ ଗିରଫ କରିଥିଲା।

ABOUT THE AUTHOR

...view details