ଓଡିଶା

odisha

ETV Bharat / bharat

3 ଟଙ୍କା ପାଇଁ 9 ହଜାର ତଣ୍ଡ ଗଣିଲା ବାଟା କମ୍ପାନୀ - ବାଟା

ବାଟା କମ୍ପାନୀକୁ କ୍ୟାରି ବ୍ୟାଗ ପଡିଲା ମହଙ୍ଗା। 3 ଟଙ୍କାର କ୍ୟାରି ବ୍ୟାଗ ପାଇଁ ବାଟା ଇଣ୍ଡିଆ ଲିମିଟେଡକୁ 9ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି। ଉପଭୋକ୍ତା ଫୋରମ ପକ୍ଷରୁ ଏହି ଜୋରିମାନା ଲଗାଯାଇଛି।

ଫାଇଲ ଫଟୋ

By

Published : Apr 15, 2019, 8:58 AM IST

ନୂଆଦିଲ୍ଲୀ: ଅଡୁଆ ହେଲା 3 ଟଙ୍କା। ଆଉ ଏଥିପାଇଁ ବାଟା ଇଣ୍ଡିଆ ଲିମିଟେଡକୁ 9ହଜାର ଟଙ୍କାର ଜୋରିମାନା ଦେବାକୁ ପଡିଛି । ଉପଭୋକ୍ତା ଫୋରମ ପକ୍ଷରୁ ଏହି ଜୋରିମାନା ଲଗାଯାଇଛି । ଚଣ୍ଡୀଗଡର ଜଣେ ଗ୍ରାହକ ଏନେଇ ଉପଭୋକ୍ତା ଫୋରମରେ ଅଭିଯୋଗ କରିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଏହି ଗ୍ରାହକ ଜଣକ ଜୋତା କିଣିବାକୁ ବାଟା ସୋରୁମକୁ ଯାଇ ଜିନିଷ ବାବଦକୁ 402ଟଙ୍କା ପୈଠ କଲେ। ବିଲରେ ପେପର ବ୍ୟାଗ ମଧ୍ୟ ସାମିଲ ଥିଲା । ମାତ୍ର ପେପର ବ୍ୟାଗ ନେଇ 3 ଟଙ୍କା ଗ୍ରାହକଙ୍କୁ ଚାର୍ଜ କରାଯାଇଥିଲା। ଯାହାର ଅର୍ଥ ଏହା କମ୍ପାନୀର ସେବାକୁ ନେଇ ପ୍ରଶ୍ନ ଉଠାଉଛି ।

ଉପଯୁକ୍ତ ସେବାର ଅଭାବ ଓ ପେପର ବ୍ୟାଗର ଚାର୍ଜକୁ ନେଇ ଚଣ୍ଡୀଗଢ ଉପଭୋକ୍ତା ଫୋରମରେ ଅଭିଯୋଗ କରିବା ପରେ ବାଟା କମ୍ପାନୀକୁ ତାଗିଦ କରାଯାଇଛି।

ଏହାସହ ଜିନିଷ କିଣିବାକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ କ୍ୟାରି ବ୍ୟାଗ ନେଇ ଚାର୍ଜ କରିବା ପରିବର୍ତ୍ତେ ମାଗଣାରେ କ୍ୟାରି ବ୍ୟାଗ ଦେବାକୁ ମଧ୍ୟ ଫୋରମ ପକ୍ଷରୁ ବାଟା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।

ABOUT THE AUTHOR

...view details