ଲକ୍ଷ୍ନୌ: କୋରୋନା ବ୍ୟାପିବା ଯୋଗୁଁ ସାରା ଦେଶ ବର୍ତ୍ତମାନ ଲକ ଡାଉନ ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ବର୍ତ୍ତମାନ ଚାଲିଛି । ଆସନ୍ତା ମେ 3 ତାରିଖରେ ଏହାର ଅବଧି ଶେଷ ହେବା ପରେ ମଧ୍ୟ କିଛି ସ୍ଥାନରେ ନିୟମ କୋହଳ ନେଇ ଜଣାପଡିଛି ।
ଯୁପିରେ ଜୁଲାଇରେ ଆରମ୍ଭ ହେବ ମୌଳିକ ଶିକ୍ଷା ! - ଲକ ଡାଉନ
ଯୁପିରେ ଜୁଲାଇରେ ଆରମ୍ଭ ହୋଇପାରେ ମୌଳିକ ଶିକ୍ଷା !ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...
![ଯୁପିରେ ଜୁଲାଇରେ ଆରମ୍ଭ ହେବ ମୌଳିକ ଶିକ୍ଷା ! Basic Education Department plans to open schools in July!](https://etvbharatimages.akamaized.net/etvbharat/prod-images/768-512-7007953-740-7007953-1588260717486.jpg)
ଯୁପିରେ ଜୁଲାଇରେ ଆରମ୍ଭ ହେବ ମୌଳିକ ଶିକ୍ଷା !
କିନ୍ତୁ ଉତ୍ତରପ୍ରଦେଶରେ ମୌଳିକ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଜୁଲାଇ ପର୍ଯ୍ୟନ୍ତ କୌଣସି ଶିକ୍ଷା ପ୍ରଦାନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଆଗାମୀ ନିଷ୍ପତ୍ତିକୁ ରହିଛି ଅପେକ୍ଷା । କାରଣ ଯଦି ଲକ ଡାଉନର ଅବଧି ଏତିକିରେ ଶେଷ ହୁଏ କିମ୍ବା ଏହାକୁ ଆଉ ଗୋଟିଏ ପର୍ଯ୍ୟାୟ ବଢାଇ ଦିଆଯାଏ । ତେବେ ସେହି ଅନୁସାରେ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀ ସତୀଶ ଦ୍ବିୱେଦୀ କହିଛନ୍ତି ।
@ANI