ଓଡିଶା

odisha

By

Published : May 16, 2020, 4:38 PM IST

ETV Bharat / bharat

ଘରେ ସେଲୁନ ସେବା ଯୋଗାଇଲେ ଗଣିବେ 25 ହଜାର ତଣ୍ଡ

ଲକଡାଉନରେ ସେଲୁନ ଓ ପାର୍ଲର ବନ୍ଦ ରଖିବାକୁ କେନ୍ଦ୍ର ସରକାର କଡା ନିର୍ଦେଶ ଦେଇଛନ୍ତି । ଫଳରେ ନାହିଁ ନଥିବା ପରିସ୍ଥିତି ଦେଇ ଗତି କରୁଛନ୍ତି ବାରିକମାନେ । ସେପଟେ ଛତିଶଗଡ ସରକାର ଏନେଇ ଆଉ ଏକ ଘୋଷଣା କରିଛନ୍ତି ଯଦି କେହି ବ୍ୟକ୍ତି ଘରେ ସେଲୁନ ସେବା ଯୋଗାନ୍ତି ତେବେ ତାଙ୍କୁ 25 ହଜାର ଟଙ୍କା ଗଣିବାକୁ ପଡିବ ।

ଘରେ ସଲୁନୁ ସେବା ଯୋଗାଇଲେ ଗଣିବେ 25 ହଜାର ତଣ୍ଡ
ଘରେ ସଲୁନୁ ସେବା ଯୋଗାଇଲେ ଗଣିବେ 25 ହଜାର ତଣ୍ଡ

ରାୟପୁର: ଲକାଡଉନରେ ସେଲୁନ ସେବା ଠପ ହୋଇପଡିଛି । ଆଉ ଯାହା ସିଧାସଳଖ ବାରିକମାନଙ୍କ ପେଟକୁ ଲାତ ମାରିଛି । ସେପଟେ ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଯଦି ଘରେ ବାରିକମାନେ ସେଲୁନ ସେବା ଯୋଗାନ୍ତି ତେବେ ତାଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି ଛତିଶଗଡ ସରକାର ।

ଏନେଇ ଆଜି ଜିଲ୍ଲାଧିକାରୀ ମାନଙ୍କ ସହ ଏକ ଆଲୋଚନା ହୋଇଛି । ଯଦି କୌଣସି ବ୍ୟକ୍ତି ବିଶେଷ ଘରେ ସେଲୁନ ଖୋଲି ଲୋକଙ୍କୁ ସେବା ଯୋଗାଉଥିବାର ଧରା ପଡନ୍ତି ତେବେ ତାଙ୍କୁ 25 ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ବୋଲି କହିଛନ୍ତି ଛତିଶଗଡ ସରକାର । ଏହାସହ ତାଙ୍କୁ ଏହି ବୃତ୍ତିରୁ ସାରା ଜୀବନ ପାଇଁ ନିଲମ୍ବନ କରାଯିବା ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସେପଟେ ଜଣେ ବାରିକ କହିଛନ୍ତି ଯେ ଏବେ ଘର ଚଳାଇବା ବହୁତ କଷ୍ଟକର ହୋଇପଡିଛି । ସେଥିପାଇଁ ଆମେ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛୁ ସକାଳ 7 ରୁ ଅପରାହ୍ନ 12 ଟା ପର୍ଯ୍ୟନ୍ତ ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ । ମାତ୍ର ଛତିଶଗଡ ସରକାର ଲକଡାଉନ ସରିବା ପର୍ଯ୍ୟନ୍ତ ସମସ୍ତ ସେଲୁନ ଓ ପାର୍ଲର ବନ୍ଦ ରଖିବାକୁ କଡା ନିର୍ଦେଶ ଦେଇଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details