ଓଡିଶା

odisha

ଘାଟିରେ ଗଢା ହେବେ ଡାକ୍ତର, ଖୁବଶୀଘ୍ର ଖୋଲିବ ମେଡିକାଲ କଲେଜ

ଜମ୍ମୁ-କାଶ୍ମୀରରେ ସରକାର 5ଟି ମେଡିକାଲ କଲେଜ ନିର୍ମାଣ ପାଇଁ ଦେଇଛନ୍ତି ମଞ୍ଜୁରୀ । ଚଳିତ ବର୍ଷ ବରମୁଲ୍ଲାରେ ଏମବିବିଏସର 100 ସିଟ୍ ଯୁକ୍ତ ପ୍ରଥମ ବ୍ୟାଚ ଆରମ୍ଭ ନେଇ ମିଳିଛି ସୂଚନା ।

By

Published : May 9, 2019, 10:02 PM IST

Published : May 9, 2019, 10:02 PM IST

ଫଟୋ ସୌଜନ୍ୟ; ଏଏନଆଇ

ଶ୍ରୀନଗର: ଗୋଳା ବାରୁଦର ଗର୍ଜନରେ ଥରୁଥିବା ଭୂସ୍ବର୍ଗରୁ ଏବେ ତିଆରି ହେବେ ଶହଶହ ଡାକ୍ତର । ଜମ୍ମୁ-କାଶ୍ମୀରରେ ସରକାର 5ଟି ମେଡିକାଲ କଲେଜ ତିଆରି କରିବା ନେଇ ଦେଇଛନ୍ତି ମଞ୍ଜୁରୀ । ତେବେ ଚଳିତ ବର୍ଷ ଜୁଲାଇରୁ ବରମୁଲ୍ଲାରେ ଏମବିବିଏସର 100 ସିଟ୍ ଯୁକ୍ତ ପ୍ରଥମ ବ୍ୟାଚ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ତେବେ ଜମ୍ମୁ-କଶ୍ମୀରର 5ଟି ତଥା ଅନନ୍ତନାଗ, ବରମୁଲ୍ଲା, କାଠୁଆ, ରଜୌରୀ ଓ ଦୋଡାରେ ମେଡିକାଲ କଲେଜ ନିର୍ମାଣ ନେଇ ମିଳିଛି ଅନୁମତି । ବରମୁଲ୍ଲା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସରକାରୀ ମେଡିକାଲ କଲେଜର ପ୍ରିନସିପାଲ ଡଃ ଜାଭେଦ ଚୌଧୁରୀଙ୍କ କହିବାନୁଯାୟୀ ବିଭିନ୍ନ ବର୍ଗ ଅନୁଯାୟୀ ଷ୍ଟାଫ ନିଯୁକ୍ତି କରାଯିବ । ତେବେ ପାଠ ପଢା ଆରମ୍ଭ କରିବା ପାଇଁ ପରମିସନ ଲେଟର ମିଳିବା କ୍ଷଣି 2019 ଜୁଲାଇ ସୁଦ୍ଧା ପ୍ରଥମ ବ୍ୟାଚର ପାଠପଢା ଆରମ୍ଭ ହେବ । କମନ ଏଣ୍ଟ୍ରାସ ଟେଷ୍ଟ ଦ୍ବାରା ଛାତ୍ରଛାତ୍ରୀଙ୍କ ଚୟନ କରାଯିବା ନେଇ ସୂଚନା ଦେଇଛନ୍ତି ଜାଭେଦ ଚୌଧୁରୀ ।

ABOUT THE AUTHOR

...view details