ମୁମ୍ବାଇ: ଆସନ୍ତା ଅକ୍ଟୋବର 2ରେ ସାରା ଦେଶ ପାଳିବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଦେଶବାସୀ ବାପୁଙ୍କ ବଳିଦାନ ଓ ସ୍ବାଧିନ ଭାରତରେ ତାଙ୍କ ଅବଦାନର ସ୍ମୃତିଚାରଣ କରିବେ । ଏହି ଉପଲକ୍ଷେ ‘ଇଟିଭି ଭାରତ’ ପକ୍ଷରୁ ବାପୁଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।
ତୁଷାର ଗାନ୍ଧୀ କହିଛନ୍ତି, ଗାନ୍ଧୀବାଦ ବିଚାରଧାରା ବାସ୍ତବରେ ଗ୍ରହଣଯୋଗ୍ୟ । ଏବଂ ବାପୁ ମଧ୍ୟ ପ୍ରଚଳିତ ଅସହିଷ୍ଣୁତା ବିରୋଧରେ ତତ୍କ୍ଷଣାତ ନିଷ୍ପତ୍ତି ନେଇଥାନ୍ତେ ।
‘ ଗାନ୍ଧୀବାଦ ବିଚାରଧାରା ସ୍ଥାୟୀ ଏବଂ ବିଶ୍ବବ୍ୟାପୀ ଗ୍ରହଣୀୟ’
ଗାନ୍ଧୀବାଦ ମାନବ ଜାତି ଦ୍ବାରା ସନ୍ଧାନ କରାଯାଇଥିବା ସର୍ବାଧିକ ସ୍ଥାୟୀ ବିଚାରଧାରା ମଧ୍ୟରୁ ଗୋଟିଏ । ଏ ନେଇ ଗାନ୍ଧୀବାଦର ଭବିଷ୍ୟତ ବିଷୟର ସୂଚନା ଦେଇ ମହାତ୍ମା ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ତାଙ୍କର ଅଣନାତି କହିଛନ୍ତି ।
ଏହା ସହ ସେ ଜଣାଇଛନ୍ତି ଯେ, ‘ଆମର ଅସ୍ଥିର ଜୀବନ ଶୈଳୀର ପ୍ରଭାବ ଦେଖିବାକୁ ଗଲେ ଗାନ୍ଧୀବାଦ ବିଚାରଧାରା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ରହିନଥିବ । ଯାହାକି ବର୍ତ୍ତମାନର ସ୍ଥିତିକୁ ପ୍ରମାଣିତ କରିଛି ।’