ବେଙ୍ଗାଲୁରୁ: ଦେଶରେ ଅନ୍ୟତମ ମେଟ୍ରୋ ସିଟି ତଥା ଆଇଟି ହବ ସ୍ଥାନ ଭାବେ ପରିଚିତ ସହର ବେଙ୍ଗାଲୁରୁରେ ବଢିବାରେ ଲାଗିଛି ସାଇବର କ୍ରାଇମର ମାତ୍ରା । ଏହି ମାତ୍ରା ଏତେମାତ୍ରାରେ ବଢିଛି ଯେ ବେଙ୍ଗାଲୁରୁ ଦେଶର ନଂ 1 ସାଇବର କ୍ରାଇମ ସହରରେ ପରିଣତ ହେବାକୁ ଯାଉଛି । ଯାହାର କାରଣ ସାଜିଛି ସାଇବର କ୍ରାଇମ ସେଲ୍ରେ ସ୍ପେଶାଲିଷ୍ଟଙ୍କ ଅଭାବ ।
ସୂଚନା ମୁତାବକ ବର୍ତ୍ତମାନ ସହରରେ ଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚରେ କେବଳ 25 ଜଣ ସାଇବର କ୍ରାଇମ ସ୍ପେଶାଲିଷ୍ଟ ଷ୍ଟାଫ ରହିଛନ୍ତି । ତେଣେ ବର୍ତ୍ତମାନ ସୁଦ୍ଧା ସହରରେ ସାଇବର କ୍ରାଇମକୁ ନେଇ 9000ଟି ମାମଲା ରୁଜୁ ହୋଇସାରିଛି । ଅଳ୍ପ ସଂଖ୍ୟକ ଷ୍ଟାଫ ସହିତ ମାତ୍ରାଧିକ ଅଭିଯୋଗ ଯୋଗୁଁ ଅନେକ ମାମଲାର ସମାଧାନ ହୋଇପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି ।