ପାଟନା: ଦିନକୁ ଦିନ ଦେଶରେ ମହିଳା ବିରୋଧି ହିଂସା ବଢିବାରେ ଲାଗିଛି। ଯୁବତୀ, ନାବାଳିକା ଓ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିହାରର ରାଜଧାନୀ ପାଟନାର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ଡିଭାଇସ ଉଦ୍ଭାବନ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଚୁଡି ଆଉ ବ୍ରେସଲେଟ ମହିଳାଙ୍କ ଶୃଙ୍ଗାର ବୃଦ୍ଧି କରୁଥିଲା। ହେଲେ ସାଜିବ ଖାନ ଏହାକୁ ମହିଳାଙ୍କ ସୁରକ୍ଷା କବଚ ଭାବେ ବ୍ୟବହାର କରିଛନ୍ତି। ସାଜିବ ଉଦ୍ଭାବନ କରିଥିବା ଉକ୍ତ ଡିଭାଇସର ନାଁ ହେଉଛି 'ସକଲେଟ'। ତେବେ ନାଁ ଭଳି ଏହି ଡିଭାଇସ ଅଭିଯୁକ୍ତଙ୍କୁ ସକ୍ ଦେବ।