ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେ ବାଂଲାଦେଶ ସେନାର ଯବାନ - ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅପଡେଟ

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡରେ ଅଂଶ ଗ୍ରହଣ କରିବେ ବାଂଲାଦେଶ ସେନା ଯବାନ । ପଢନ୍ତୁ ଅଧିକ.....

ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବ ବାଂଲାଦେଶର ସେନାର  ଯବାନ
ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବ ବାଂଲାଦେଶର ସେନାର ଯବାନ

By

Published : Jan 13, 2021, 8:01 PM IST

ନୂଆଦିଲ୍ଲୀ : ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡରେ ଅଂଶ ଗ୍ରହଣ କରିବେ ବାଂଲାଦେଶ ସେନାର ଯବାନ । ନୂଆଦିଲ୍ଲୀରେ ବାଂଲାଦେଶ ସେନାର 3 ବାହିନୀରୁ ଚୟନ ହୋଇଥିବା ଯବାନ ମାନେ ଏହି ପରେଡରେ ଭାଗ ନେବାକୁ ଯାଉଛନ୍ତି । ତେବେ ଏହା ପ୍ରଥମ ଥର ଯେ ଅନ୍ୟ ଦେଶର ସେନା ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଯାଉଛନ୍ତି ।

ବାଂଲାଦେଶ ସ୍ବାଧୀନତାର 50 ବର୍ଷ ପୁରା କରିଥିବାବେଳେ ଭାରତ ପ୍ରତି ଏହା ବାଂଲାଦେଶର ସମ୍ମାନ ପ୍ରଦର୍ଶନ ବୋଲି କୁହାଯାଉଛି । ସେହିପରି ବାଂଲାଦେଶ ସେନାର ଚୟନ ହୋଇଥିବା ଯବାନମାନେ ଏହି ପରେଡରେ ଭାଗ ନେବା ନେଇ ଚୂଡାନ୍ତ ହୋଇଛି । 1971 ମସିହାରେ ପାକିସ୍ତାନ ସହ ଯୁଦ୍ଧରେ ସାମିଲ ହୋଇଥିବା ବାଂଲାଦେଶ ସେନାର ଇଷ୍ଟ ବେଙ୍ଗଲ ରେଜିମେଣ୍ଟ ଓ ଫିଲ୍ଡ ଆର୍ଟିଲେରି ରେଜିମେଣ୍ଟ ଯବାନମାନେ ଏହି ପରେଡରେ ଭାଗ ନେବାକୁ ଯାଉଛନ୍ତି । ଏହା ବ୍ୟତୀତ ବାଂଲାଦେଶର ଅନ୍ୟ 2 ବାହିନୀର ଯବାନମାନେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି ।

ଚଳିତ 2021 ବର୍ଷରେ ସ୍ବତନ୍ତ୍ର ବାଂଲାଦେଶ ଗଠନକୁ 50 ବର୍ଷ ପୂୂର୍ତ୍ତି ହେଉଛି । ପୂର୍ବରୁ ବାଂଲାଦେଶ ପୂର୍ବ ପାକିସ୍ତାନ ବୋଲି କୁହାଯାଉଥିଲା । ତେବେ 1971ରେ ହୋଇଥିବା ଯୁଦ୍ଧରେ ଭାରତର ସହାୟତାରେ ପାକିସ୍ତାନ ଠାରୁ ପୃଥକ ଭାବେ ସ୍ବତନ୍ତ୍ର ଦେଶର ମାନ୍ୟତା ପାଇଥିଲା ବାଂଲାଦେଶ । ବାଂଲାଦେଶର ସ୍ବାଧୀନତା ଆନ୍ଦୋଳନରେ ଭାରତର ଭୂମିକାକୁ ମନେ ପକାଉଛି ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details