ଓଡିଶା

odisha

ETV Bharat / bharat

ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା: ବାଂଲାଦେଶ

ସଂଶୋଧିତ ନାଗରିକତା ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି ବାଂଲାଦେଶ। ଅଧିକ ପଢନ୍ତୁ...

bangladesh-says-nrc-and-caa-is-internal-matter-of-india
ଫଟୋ ସୌଜନ୍ୟ: ଫାଇଲ ଫୋଟ

By

Published : Jan 3, 2020, 9:24 AM IST

ହାଇଦ୍ରାବାଦ: ସଂଶୋଧିତ ନାଗରିକତା ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ଦେଶରେ ଦେଖାଦେଇଛି ଅନେକ ବାଦ ବିବାଦ। ଏପରିକି ଅନେକ ସଙ୍ଗଠନ ପକ୍ଷରୁ ଏହାର ବିରୋଧ କରାଯାଉଛି। ବିଦେଶରେ ମଧ୍ୟ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ପଡୋଶୀ ବାଂଲାଦେଶ। ସିଏଏ ଓ ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି।

ଭାରତକୁ ଅନୁପ୍ରବେଶ କରିଥିବା ବାଂଲାଦେଶୀ ଯେଉଁମାନଙ୍କ ପାଖରେ ବୈଧ ପ୍ରମାଣପତ୍ର ନାହିଁ, ସେମାନଙ୍କୁ ଦେଶକୁ ଫେରାଇ ନେବାକୁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ। ଅନ୍ୟପଟେ ବାଂଲାଦେଶ ବର୍ଡର ଗାର୍ଡ(ବିଜିବି) ମହାନିର୍ଦେଶକ ସେଜର ସଫିନୁଲ ଇସଲାମ ମଧ୍ୟ ଏନଆରସିକୁ ଭାରତର ନିଜସ୍ବ ମାମଲା ବୋଲି କହିଛନ୍ତି।

ଉଭୟ ଦେଶ ସୀମାରେ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ରହିଛ। ବାଂଲାଦେଶ ଓ ଭାରତ ମଧ୍ୟରେ ସୀମୀ ସୁରକ୍ଷାକୁ ନେଇ ସଫିନୁଲ ଇସଲାମଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଆସିଥିଲା। ଭାରତର ସୀମା ସୁରକ୍ଷା ବଳ (ବିଏସଏଫ୍) ମହାନିର୍ଦ୍ଦେଶକଙ୍କ ସହିତ ମିଶି ଦୁଇ ଦେଶ ସୀମା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଅବୈଧ ନାଗରିକଙ୍କୁ ଫେରାଇ ନେବା ଏବଂ ସୀମାରେ ଅନୁପ୍ରବେଶ କରିବା ଭଳି ପ୍ରସଙ୍ଗ କୁ ନେଇ ଉଭୟ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ଫର୍କରେ ତିକ୍ତତା ଦେଖିବାକୁ ମିଳିଥିଲା। କିଛି ବର୍ଷ ପୂର୍ବେ ଏହି କାରଣ ପାଇଁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ବୈଠକ ରଦ୍ଦ ହୋଇଥିଲା।

ABOUT THE AUTHOR

...view details