ଓଡିଶା

odisha

ETV Bharat / bharat

ପିଆଜ ପାଇଁ ଟେନସନରେ ବାଂଲାଦେଶ - ପିଆଜ ପାଇଁ ବାଙ୍ଗଲାଦେଶ ଚିନ୍ତିତ

ନୂଆଦିଲ୍ଲୀରେ ଭାରତ-ବାଂଲାଦେଶ ବାଣିଜ୍ୟ ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ଯୋଗଦାନ । ପିଆଜ ପାଇଁ ଚିନ୍ତା ପ୍ରକଟ କଲେ ହସୀନା ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 4, 2019, 3:20 PM IST

Updated : Oct 4, 2019, 5:58 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଶୁକ୍ରବାର ଭାରତ-ବାଂଲାଦେଶ ବିଜେନେସ ଫୋରୋମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଆଗାମୀ ଦିନରେ ଭାରତ ଓ ବାଂଲାଦେଶ ସମ୍ପର୍କ ଆହୁରି ସୁଦୃଢ ହେବା ନେଇ ହସୀନା ଆତ୍ମବିଶ୍ବାସ ପ୍ରକଟ କରିଛନ୍ତି । ଏଥିସହ ହସୀନା ଆଲୋଚନା ପାଇଁ ସୁଯୋଗ ଦେଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଚେହେରାରୁ ଭାରତରୁ ପିଆଜ ରପ୍ତାନୀ ବନ୍ଦ ନେଇ ଚିନ୍ତା ସ୍ପଷ୍ଟ ବାରି ହେଉଥିଲା । ଭାରତ ହଠାତ ପିଆଜ ରପ୍ତାନୀ ବନ୍ଦ କରିଦେଇଥିବାରୁ ବାଂଲାଦେଶ ଚିନ୍ତିତ ଥିବା ହସୀନା ନିଜ ଭାଷଣରେ କହିଛନ୍ତି ।

ହସୀନା କହିଛନ୍ତି ମୋତେ ଜଣା ନାହିଁ ଭାରତ କଣ ପାଇଁ ପିଆଜ ରପ୍ତାନୀ ବନ୍ଦ କରିଛି । ଏବେଠୁ ଖାଇବାରେ ପିଆଜ ବନ୍ଦ କରିଦେବାକୁ ହସୀନା ନିଜ ରୋଷେୟାଙ୍କୁ କହିଛନ୍ତି । ପିଆଜର ମୂଲ୍ୟବୃଦ୍ଧି ଯୋଗଁ ଭାରତ ଏହାର ରପ୍ତାନୀ ସେପ୍ଟେମ୍ବର 29ରୁ ବନ୍ଦ କରିଦେଇଛି ।

Last Updated : Oct 4, 2019, 5:58 PM IST

ABOUT THE AUTHOR

...view details