ଓଡିଶା

odisha

ETV Bharat / bharat

ବାଂଲାଦେଶରେ ମେ 5 ଯାଏଁ ଲକଡାଉନ ଅବଧି ବୃଦ୍ଧି

କୋରୋନା ଭାଇରସ୍ ମହାମାରୀର ବ୍ୟାପିବାକୁ ରୋକିବା ପାଇଁ ବାଂଲାଦେଶ ମେ 5 ଯାଏଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି ।

lockdown
ବାଲାଂଦେଶରେ ମେ 5 ଯାଏଁ ଲକଡାଉନ ଅବଧି ବୃଦ୍ଧି

By

Published : Apr 23, 2020, 1:28 PM IST

ଢାକା: ବାଂଲାଦେଶରେ ମେ 5 ଯାଏଁ ଲକଡାଉନ ବୃଦ୍ଧି । କୋରୋନା ଭାଇରସ୍ ମହାମାରୀର ବ୍ୟାପିବାକୁ ରୋକିବା ପାଇଁ ବାଂଲାଦେଶରେ ମେ 5 ଯାଏଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, କୋରୋନାର ଭୟବହତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ବଜାୟ ରଖିବା ପାଇଁ ବାଂଲାଦେଶ ସରକାର ମାର୍ଚ୍ଚ 26 ରୁ 10 ଦିନ ପାଇଁ ଦେଶରେ ସାଧାରଣ ଛୁଟି ଘୋଷଣା କରିଥିଲେ । ଏହାପରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଛୁଟିକୁ ଏପ୍ରିଲ 25 ଯାଏଁ ବୃଦ୍ଧି କରାଯାଇଥିଲା ।

ମାତ୍ର ଏହି ଲକଡାଉନ ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇ ମେ 5 ଯାଏଁ କରାଯାଇଛି । ଏହି ଲକଡାଉନରେ ଦେଶର କୌଣସି ସ୍ଥାନକୁ ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବା ସହ କମ୍ପାନୀ ଏବଂ ଯାନବାହନ ଚଳାଚଳ ଉପରେ ରୋକ ଲଗାଯାଇଛି । ପ୍ରକାଶ ଥାଉକି, ବାଂଲାଦେଶରେ ବର୍ତ୍ତମାନ ସୁଦ୍ଧା 3772 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 92 ଜଣ ସୁସ୍ଥ ଏବଂ 120 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ABOUT THE AUTHOR

...view details