ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ହିଂସା ଘଟଣା, ବଢୁଛି FIR ସଂଖ୍ୟା - ଏଫଆଇଆର ସଂଖ୍ୟା 80କୁ ବୃଦ୍ଧି

ବେଙ୍ଗାଲୁରୁର ଡିଜେ ହାଲି ଏବଂ କେ.ଜି ହାଲି ହିଂସା ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡିଜେ ହାଲି ଏବଂ ସିସିବି ପୋଲିସ ଗତକାଲି ରାତିରେ କିଛି ଲୋକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ଡିଜେ ହାଲି ଏବଂ କେ.ଜି ହାଲି ପୋଲିସ ଷ୍ଟେସନରେ ଏଫଆଇଆର ସଂଖ୍ୟା 80କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ହିଂସା ଘଟଣା, ଏଫଆଇଆର ସଂଖ୍ୟା 80କୁ ବୃଦ୍ଧି
ବେଙ୍ଗାଲୁରୁ ହିଂସା ଘଟଣା, ଏଫଆଇଆର ସଂଖ୍ୟା 80କୁ ବୃଦ୍ଧି

By

Published : Aug 24, 2020, 1:19 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଡିଜେ ହାଲି ଏବଂ କେ.ଜି ହାଲି ହିଂସା ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡିଜେ ହାଲି ଏବଂ ସିସିବି ପୋଲିସ ରବିବାର ରାତିରେ କିଛି ଲୋକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ, ଡିଜେ ହାଲି ଏବଂ କେ.ଜି ହାଲି ପୋଲିସ ଷ୍ଟେସନରେ ଏଫଆଇଆର ସଂଖ୍ୟା 80କୁ ବୃଦ୍ଧି ପାଇଛି।

ତେବେ ହିଂସାକାଣ୍ଡରେ ସାମିଲ ଥିବା କେତେକ ଅଭିଯୁକ୍ତ କୋର୍ଟରେ ଜାମିନ ଆବେଦନ କରିଥିବା ସୂଚନା ରହିଛି । ସେପଟେ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି । 380ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିସାରିଛି ।

ଅନ୍ୟପଟେ ଡିଜି ପ୍ରବୀଣ ସୁଦ କହିଛନ୍ତି ଯେ, ଯେଉଁମାନେ ପୋଲିସ ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ୍। ତେବେ ନିକଟରେ ବେଙ୍ଗାଲୁରୁ ହିଂସା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଠାରୁ ନଷ୍ଟ ସମ୍ପତ୍ତିର କ୍ଷତିପୂରଣ ଆଦାୟ କରିବେ ବୋଲି କହିଥିଲେ କର୍ଣ୍ଣାଟକ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details