ଓଡିଶା

odisha

ETV Bharat / bharat

ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ବୈଷ୍ଣୋଦେବୀ  କଟରା ପାଇଁ ଯାତ୍ରା କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର ଗୃହମନ୍ତ୍ରୀ ଅମିତ୍ ଶାହ ନୂଆଦିଲ୍ଲୀ ସ୍ଥିତ ରେଲୱେ ଷ୍ଟେସନରେ  ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

By

Published : Oct 3, 2019, 9:10 AM IST

Updated : Oct 3, 2019, 11:33 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ବୈଷ୍ଣୋଦେବୀ କଟରା ପାଇଁ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର ଗୃହମନ୍ତ୍ରୀ ଅମିତ୍ ଶାହ ନୂଆଦିଲ୍ଲୀ ସ୍ଥିତ ରେଲୱେ ଷ୍ଟେସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଅବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ, ରେଳମନ୍ତ୍ରୀ ପୀୟୂସ ଗୋଏଲ ଏବଂ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ନବରାତ୍ରୀ ଅବସରରେ ଜାମ୍ମୁ କାଶ୍ମୀରକୁ ଏକ ବଡ ଉପହାର ପ୍ରଦାନ କରାଯାଇଛି।

ବନ୍ଦେ ଭାରତ ଏକ୍ସପ୍ରେସ ସମ୍ପର୍କରେ...

ତେବେ ଏହି ଟ୍ରେନରେ 16ଟି ବଗି ରହିଛି । ଯେଉଁଥିରେ 14ଟି ଚେୟାର କାର ଏବଂ 2ଟି ଏକଜିକ୍ୟୁଟିଭ କ୍ଲାସ ରହିଛି । ପ୍ରତିଟି ଚେୟାର କାରରେ 78ଟି ସିଟ୍ ରହିଛି । ତେବେ ଏହି ଟ୍ରେନରେ ପ୍ରାୟ 1100 ଯାତ୍ରୀ ଯାତ୍ରା କରିପାରିବେ । ତେବେ ଏହି ଟ୍ରେନ ପାଇଁ ଯାତ୍ରୀ ଆଗୁଆ ବୁକିଂ ସାରିଥିବା ବେଳେ ଏହି ଏକ୍ସପ୍ରେସ ଅକ୍ଟୋବର 5ରୁ ନିୟମିତ ସେବା ଯୋଗାଇବ।

Last Updated : Oct 3, 2019, 11:33 AM IST

ABOUT THE AUTHOR

...view details