ଓଡିଶା

odisha

By

Published : Nov 23, 2019, 10:50 AM IST

ETV Bharat / bharat

ବିଏଚୟୁ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ, ଖୋଲିଲା ସଂସ୍କୃତ ବିଭାଗ

ପ୍ରତ୍ୟାହୃତ ହେଲା ବାରାଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଛାତ୍ର ଆନ୍ଦୋଳନ। ଖୋଲିଲା ସଂସ୍କୃତ ବିଭାଗ। ଆଗକୁ ପଢନ୍ତୁ...

ଡିଜାଇନ ଫଟୋ


ଲକ୍ଷ୍ନୌ: ଶେଷରେ ପ୍ରତ୍ୟାହୃତ ହୋଇଛି ବାରାଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନ। ପ୍ରାୟ 15 ଦିନ ହେବା ବନ୍ଦ ରହିଥିବା ସଂସ୍କୃତ ବିଭାଗ ଶନିବାର ଖୋଲିଛି। ଏହି ବିଭାଗ ପାଇଁ ଫିରୋଜ ଖାନ ନାମକ ଜଣେ ମୁସଲିମ ପ୍ରଫେସରଙ୍କ ନିଯୁକ୍ତି ନେଇ ବିଏଚୟୁରେ ବିବାଦ ତେଜିବାରୁ ଛାତ୍ରଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନେକ ଥର ଆଲୋଚନା ପରେ ଶୁକ୍ରବାର ରାତିରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା। ସଂସ୍କୃତ ବିଭାଗ ପ୍ରଫେସର ଫିରୋଜ ଖାନ ମୁସଲିମ ହୋଇଥିବାରୁ ସେ ସଂସ୍କୃତ ବିଷୟରେ କିପରି ପଢାଇବେ ବୋଲି ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ। ସଂସ୍କୃତ ପଢାଇବା ପାଇଁ ଜଣେ ହିନ୍ଦୁ ଏବଂ ଧର୍ମ ଶାସ୍ତ୍ର ଉପରେ ଅଧିକ ଜ୍ଞାନ ଥିବା ବ୍ୟକ୍ତି ହିଁ କରିପାରିବେ ବୋଲି କହିଥିଲେ ଆନ୍ଦୋଳନକାରୀ ଛାତ୍ରଗୋଷ୍ଠୀ।

ABOUT THE AUTHOR

...view details