ଓଡିଶା

odisha

ETV Bharat / bharat

ମହିନ୍ଦ୍ରାଙ୍କୁ କୃଷକଙ୍କ ଚିନ୍ତା; ପ୍ଲେଟ ନୁହେଁ, କଦଳୀ ପତ୍ରରେ କର୍ମଚାରୀଙ୍କୁ ଦେଉଛନ୍ତି ଖାଦ୍ୟ - ANAND MAHINDRA

ଲକଡାଉନ କୃଷକଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି । ଗୋଟିଏ ପଟେ ଫସଲ କାଟିବାକୁ ମଜୁରିଆ ମିଳୁନଥିବା ବେଳେ ଅନ୍ୟପଟେ କୃଷକମାନେ ନିଜ ଫସଲକୁ ବିକ୍ରି କରିପାରୁନାହାନ୍ତି । ଏତିକି ବେଳେ ନିଆରା ଚିନ୍ତାଧାରା ସହ କୃଷକମାନଙ୍କୁ ଟିକିଏ ଆଶ୍ବସ୍ତି କରିଛନ୍ତି ।

ମହିନ୍ଦ୍ରାଙ୍କୁ କୃଷକଙ୍କ ଚିନ୍ତା, ପ୍ଲେଟ ନୁହେଁ କଦଳୀ ପତ୍ରରେ ଖାଉଛନ୍ତି କର୍ମଚାରୀ
ମହିନ୍ଦ୍ରାଙ୍କୁ କୃଷକଙ୍କ ଚିନ୍ତା, ପ୍ଲେଟ ନୁହେଁ କଦଳୀ ପତ୍ରରେ ଖାଉଛନ୍ତି କର୍ମଚାରୀ

By

Published : Apr 10, 2020, 11:41 AM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦେଶର ବଡ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ କର୍ମଚାରୀଙ୍କୁ ଖୁଆଇବା ପାଇଁ ଟିକିଏ ନିଆରା ପ୍ଲାନ କରିଛନ୍ତି । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀମାନେ କ୍ୟାଣ୍ଟିନରେ ଏବେ ପ୍ଲେଟ ବଦଳରେ କଦଳୀ ପତ୍ରରେ ଖାଉଥିବା ଦେଖିବାକୁ ମିଳିଛି ।

ଏନେଇ ଆନ୍ଦନ୍ଦ ମହିନ୍ଦ୍ରା ଏକ ଫଟୋ ଉଠାଇ ଏହାକୁ ଟ୍ବିଟ କରିଛନ୍ତି । ଟ୍ବିଟ କରିବାର 2 ଘଣ୍ଟା ଭିତରେ ପାଖାପାଖି 30 ହଜାରରୁ ଅଧିକ ଲୋକ ଏହାକୁ ରିଟ୍ବିଟ କରିବା ସହ 1 ଲକ୍ଷ ଲୋକ ଏହାକୁ ଲାଇକ କରିଥିଲେ । ଆଉ ଏଭଳି ନିଆରା ଚିନ୍ତାଧାରା ପାଇଁ ୟୁଜର୍ସ ମାନେ ଆନନ୍ଦ ମହିନ୍ଦ୍ରାଙ୍କ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ଏହାସହ ଶିଳ୍ପପତି ନିଜ ଟ୍ବିଟରେ ଏହା ଲେଖିଛନ୍ତି ଯେ ଜଣେ ସାମ୍ବାଦିକ ତାଙ୍କୁ ମେଲ କରି ପ୍ରଥମେ ଏହି ଆଇଡିଆ ଦେଇଥିଲେ । ଯେ ଯଦି ଆପଣଙ୍କ କ୍ୟାଣ୍ଟିନରେ ଖାଉଥିବା କର୍ମଚାରୀଙ୍କୁ ଆପଣ ପ୍ଲେଟ ବଦଳରେ କଦଳୀ ପତ୍ରରେ ଖାଇବାକୁ ଦେବେ, ତେବେ ଏହି ଲକଡାଉନ ସମୟରେ ସେହି କୃଷକ ମାନଙ୍କୁ ବହୁତ ସାହାଯ୍ୟ ହେବ । ଯେଉଁମାନେ ଏହି ଘଡି ସନ୍ଧି ମୂହୂର୍ତ୍ତରେ ଦି ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏହାପରେ ଆମ ଟିମ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିଲା ।

ABOUT THE AUTHOR

...view details