ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟଚାରୀ କହିବା ବିରୁଦ୍ଧରେ କଂଗ୍ରେସ ମୋଦିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କଂଗ୍ରେସ ନେତାଙ୍କର ଏକ ଟିମ ନିର୍ବାଚନ ଆୟୋଗଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର ଉପରେ ଶୀଘ୍ର ରୋକ ଲଗାଇବାକୁ କହିଛନ୍ତି । କଂଗ୍ରେସର ବଡ ନେତା ଅଭିଶେଖ ମନୁ ସିଂଘଓ୍ବି, ରାଜୀବ ଶୁକ୍ଲା ଓ ସଲମାନ ଖୁର୍ସିଦ ଏବି ଟିମରେ ସାମିଲ ଅଛନ୍ତି ।
କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଭାରତୀୟ ପରମ୍ପରାର ବିରୁଦ୍ଧ ବୋଲି କହିଛନ୍ତି । ନିର୍ବାଚନ ଆୟୋଗର ବିଶ୍ବସନୀୟତା ପାଇଁ ଶୀଘ୍ର ଜରୁରୀ ପଦକ୍ଷେପ ଉଠାଇବାକୁ ଅଭିଶେକ ମନୁ ଅନୁରୋଧ କରିଛନ୍ତି । ନିର୍ବାଚନ ସରିବାକୁ ଆଉ ଦୁଇ ସପ୍ତାହ ଥିବା ବେଳେ ମୋଦିଙ୍କ ପ୍ରଚାର ଉପରେ ଶୀଘ୍ର ରୋକ ଲାଗାଯଉ ବୋଲି ଅଭିଶେଖ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ସଂସ୍କୃତିର ଜ୍ଞାନ ନଥିବା ବେଳେ ଶାସନର ଉଚ୍ଚ ପଦବୀରେ ବସିଥିବା ବ୍ୟକ୍ତିକୁ ଏପରି ମନ୍ତବ୍ୟ ଦେବା ଶୋଭା ଦେଉ ନାହିଁ ବୋଲି ଅଭିଶେଖ ପ୍ରତିକ୍ରିୟା ଦେଇଛନ୍ତି ।