ନୂଆଦିଲ୍ଲୀ: ଭାରତୀୟ ସେନାକୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ମାମଲା । ଦିଲ୍ଲୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ସେନାର ଜଣେ ଅଧିକାରୀ । ତେବେ ଦାଖଲ ହୋଇଥିବା ଯାଚିକାର ଶୁଣାଣି ମଙ୍ଗଳବାର ହେବ ।
ସେନାକୁ ସୋସିଆଲ ମିଡିଆ ମନା ପ୍ରସଙ୍ଗ: ହାଇକୋର୍ଟରେ ଚ୍ୟାଲେଞ୍ଜ - ସୋସିଆଲ ମିଡିଆ ପ୍ରତିବନ୍ଧକ ଉପରେ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ
ଭାରତୀୟ ସେନାକୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ମାମଲା । ଦିଲ୍ଲୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ସେନାର ଜଣେ ଅଧିକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସେନାର ସୋସିଆଲ ମିଡିଆ ବ୍ୟବହାର ସାମ୍ବିଧାନିକ ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ସେନାଙ୍କୁ କୁହାଯିବା ଅନୁଚିତ ବୋଲି ଆବେଦନରେ ଦର୍ଶାଯାଇଛି । ଏହି ଆବେଦନପତ୍ରରେ ଦର୍ଶାଯାଇଛି ଯେ ସୋସିଆଲ ମିଡିଆ ବିନା ବିଦେଶରେ ରହୁଥିବା ସେନାଙ୍କ ପରିବାରର ସଦସ୍ୟଙ୍କ ସହ ସଂପର୍କରେ ରହିପାରିବେ ନାହିଁ ।
ଭାରତୀୟ ସେନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସେ ନିଜ ଫେସବୁକ୍ ଆକାଉଣ୍ଟକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରନ୍ତି । ସେ ସୋସିଆଲ ମିଡିଆରେ କୌଣସି ଗୋପନୀୟ ଏବଂ ସମ୍ବେଦନଶୀଳ ସୂଚନା ସେୟାର କରନ୍ତି ନାହିଁ । ଯାଚିକାରେ କୁହାଯାଇଛି ଯେ ଯବାନଙ୍କ ଠାରୁ ଏପରି ସମସ୍ତ ସ୍ବାଧୀନତା ଛଡାଇନେବା ମୌଳିକ ଅଧିକାର ଉଲ୍ଲଙ୍ଘନ । ଏହି ଯାଚିକାରେ ପୁଣି କୁହାଯାଇଛି ଯେ ସମ୍ବିଧାନର ଧାରା 33 ଅନୁସାରେ ସେନାର ମୌଳିକ ଅଧିକାର ଉପରେ କେବଳ ସେନା ସଂସଦ ହିଁ ନିଷ୍ପତ୍ତି ନେଇପାରିବେ । ତେବେ ଏଠାରେ ଏପରି କୌଣସି ସେନା ସଂସଦ ନାହାଁନ୍ତି । ତେଣୁ ଏହି ନିୟମକୁ ପ୍ରତ୍ୟାହାର କରାଯାଉ ବୋଲି ଆବେଦନ କରାଯାଇଛି ।