ରାଞ୍ଚି: ଝାଡ଼ଖଣ୍ଡରେ ନିଶାଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ରାଜ୍ୟରେ ନିଶାଦ୍ରବ୍ୟ ଯେପରିକି ସିଗାରେଟ, ବିଡି, ପାନ ମସଲା, ହୁକ୍କା, ଗୁଟକା ଏବଂ ଇଲେକ୍ଟ୍ରୋନିକ ସିଗାରେଟ ଭଳି କୌଣସି ଦ୍ରବ୍ୟ ବିକ୍ରି କରାଯିବା ଏବଂ ଖାଇବାକୁ ମଧ୍ୟ ବ୍ୟାନ କରିଛନ୍ତି ଝାଡଖଣ୍ଡ ସରକାର । ଝାଡ଼ଖଣ୍ଡ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଡ. ନିତିନ ମଦନ କୁଲକର୍ନୀ ଏହା ନିର୍ଦ୍ଦେଶ ଦେଇଛନ୍ତି ।
ଯଦି ସାଧାରଣସ୍ଥାନରେ କୌଣସି ବ୍ୟକ୍ତି ପାନ କିମ୍ବା ଗୁଟକା ଖାଇ ଛେପ ପକାନ୍ତି ତେବେ ସେହି ବ୍ୟକ୍ତିଙ୍କୁ 6 ମାସ ପାଇଁ ଜେଲ ଦଣ୍ଡ ଦିଆଯିବ ବୋଲି ଝାଡଖଣ୍ଡର ସୂଚନା ଏବଂ ଜନ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏପରି ନିଷ୍ପତ୍ତି ନେବାର କାରଣ ହେଲା ସର୍ବସାଧାରଣରେ ଛେପ ପକାଇବା କୋଭିଡ-19 ପ୍ରସାର ହେବାର ବହୁ ସମ୍ଭାବନା ରହିଛି ବୋଲି ନିତିନ ସ୍ପଷ୍ଟ କରିଛନ୍ତି ।