ନୂଆଦିଲ୍ଲୀ: ଆଉ ବର୍ଷକ ପାଇଁ ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଦିଲ୍ଲୀ ସରକାର ଏହାର ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଓ ବିତରଣ ଉପରେ ପ୍ରତିବନ୍ଧକକୁ ଆଉ ବର୍ଷେ ବୃଦ୍ଧି କରିଛନ୍ତି । ଖାଦ୍ୟ ସୁରକ୍ଷା କମିଶନର ଡିଏନ ସିଂ ଏହି ଉତ୍ପାଦ ଗୁଡିକ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଜନ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି NCT (ଜାତୀୟ ରାଜଧାନୀ ଅଞ୍ଚଳ) ଏପରି ନିଷ୍ପତ୍ତି ନେଇଛି ।
ଦିଲ୍ଲୀରେ ବର୍ଷେ ପାଇଁ ତମାଖୁ ବିକ୍ରି ବ୍ୟାନ - ବର୍ଷକ ପାଇଁ ଗୁଟକା ଓ ପାନ ମସଲା ବିକ୍ରି ଉପରେ ବ୍ୟାନ ଲଗାଇଲେ ଦିଲ୍ଲୀ ସରକାର
ଆଉ ବର୍ଷକ ପାଇଁ ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ବିକ୍ରୟ, ସଂରକ୍ଷଣ ଓ ବିତରଣ ଉପରେ ପ୍ରତିବନ୍ଧକକୁ ଆଉ ଏକ ବର୍ଷ ବୃଦ୍ଧି କଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

ବର୍ଷକ ପାଇଁ ଗୁଟକା ଓ ପାନ ମସଲା ବିକ୍ରି ଉପରେ ବ୍ୟାନ ଲଗାଇଲେ ଦିଲ୍ଲୀ ସରକାର
ତେବେ ଜାରି ହୋଇଥିବା ନୋଟିସରେ ଏହା ଉଲ୍ଲେଖ କରାଯାଇଛି ଯେ, ସ୍ବାଦ ଯୁକ୍ତ, ସୁଗନ୍ଧିତ, କିମ୍ବା ମିଶ୍ରିତ ତମାଖୁ ଉତ୍ପାଦନ, ସଂରକ୍ଷଣ, ବଣ୍ଟନ କିମ୍ବା ବିକ୍ରୟ ଉପରେ ପୁଣି ବର୍ଷେ ପାଇଁ ବ୍ୟାନ ଲଗାଯାଇଛି । ତେବେ, ଗତ 4 ବର୍ଷ ଧରି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଯେଉଁଥିରେ,ତମାଖୁ, ପାନମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
@ ANI