ଓଡିଶା

odisha

ଅନଲାଇନ ସର୍ଚ୍ଚକୁ ପ୍ରଭାବିତ କରିଛି ଚାଇନିଜ ଆପ୍ ବ୍ୟାନ୍

By

Published : Jul 9, 2020, 4:36 PM IST

ସର୍ଭେ ଅନୁସାରେ ଯେଉଁଦିନ ବ୍ୟାନ୍ ଲାଗିଥିଲା ସେଦିନ ଟିକଟକକୁ ସର୍ଚ୍ଚ କରିବାରେ 229 ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ୱିଚାଟ୍ ପାଇଁ ସର୍ଚ୍ଚ ପ୍ରତିଶତ 255 ରହିଥିଲା । ଅଧିକ ପଢନ୍ତୁ...

ଅନଲାଇନ ସର୍ଚ୍ଚକୁ ପ୍ରଭାବିତ କରିଛି ଚାଇନିଜ ଆପ୍ ବ୍ୟାନ୍
ଅନଲାଇନ ସର୍ଚ୍ଚକୁ ପ୍ରଭାବିତ କରିଛି ଚାଇନିଜ ଆପ୍ ବ୍ୟାନ୍

ହାଇଦ୍ରାବାଦ: ଗଲୱାନ ବିବାଦ ପରେ ଚୀନ୍ ବିରୋଧରେ ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ 59ଟି ଚାଇନିଜ୍ ଆପ୍ ବ୍ୟାନ କରାଯାଇଛି । ତେବେ ସରକାରଙ୍କ ନିଷ୍ପତ୍ତି ଅନଲାଇନ ସର୍ଚ୍ଚ ଉପରେ ଗଭୀର ପ୍ରଭାବ ପକାଇଛି । ଯେଉଁସବୁ ଆପ୍ ସରକାର ବ୍ୟାନ୍ କରିଛନ୍ତି ତାହାକୁ ଅଧିକ ଲୋକ ଅନଲାଇନରେ ସର୍ଚ୍ଚ କରିଛନ୍ତି । ଏହି ସବୁ ଆପ୍ ସମ୍ପର୍କରେ ଲୋକେ ଅଧିକ ତଥ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି ।

ଏକ ସର୍ଭେ ଅନୁସାରେ ଜୁନ୍ 29ରେ ଯେଉଁଦିନ ଏହି ବ୍ୟାନ୍ ଲାଗିଥିଲା ସେଦିନ ଟିକଟକକୁ ସର୍ଚ୍ଚ କରିବାରେ 229 ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ୱିଚାଟ୍ ପାଇଁ ସର୍ଚ୍ଚ ପ୍ରତିଶତ 255 ରହିଥିଲା । ୱିବୋକୁ 57 ପ୍ରତିଶତ, ସେୟାର ଇଟକୁ 78 ପ୍ରତିଶତ ଏବଂ ୟୁସି ବ୍ରାଉଜରକୁ 82 ପ୍ରତିଶତ ଲୋକ ସର୍ଚ୍ଚ କରିଥିଲେ । ସବୁଠାରୁ ମଜାଦାର କଥା ହେଲା ପରଦିନ ଏହିସବୁ ଆପ୍ ପାଇଁ ସର୍ଚ୍ଚ ବିପୁଳ ପରିମାଣରେ ହ୍ରାସ ପାଇଥିଲା । ଜୁନ୍ 30ରେ ଟିକଟକକୁ 23 ପ୍ରତିଶତ ଲୋକ ସର୍ଚ୍ଚ କରିଥିଲେ । ସେହିପରି ସେୟାର ଇଟକୁ 11 ପ୍ରତିଶତ ଏବଂ ୟୁସି ବ୍ରାଉଜରକୁ 12 ପ୍ରତିଶତ ଲୋକ ସର୍ଚ୍ଚ କରିଥିବା ଜଣାପଡିଛି । ୱିଇ ଚାଟ୍ ଏବଂ ୱିବୋକୁ ସର୍ଚ୍ଚ ପ୍ରତିଶତ ନେଗେଟିଭ ରହିଥିଲା ।

ଟ୍ବିଟରରେ ଉପରେ ମଧ୍ୟ ଏହି ଆପ୍ ବ୍ୟାନର ପ୍ରଭାବ ପଡିଥିଲା । ହ୍ୟାସଟାଗ୍ ରିପ୍ ଟିକଟକ୍ ନାମରେ 18 ହଜାର 185ଟି ଟ୍ବିଟ୍ ହୋଇଥିଲା । ଏଥିରେ 19 ପ୍ରତିଶତ ପଜିଟିଭ ଥିବାବେଳେ 62 ପ୍ରତିଶତ ନିରପେକ୍ଷ ଏବଂ 19 ପ୍ରତିଶତ ନେଗେଟିଭ୍ ରହିଥିଲା । ୱିବୋ ଉପରେ 421ଟି ଟ୍ବିଟ୍ ମଧ୍ୟରୁ 14 ପ୍ରତିଶତ ପଜିଟିଭ, 39 ପ୍ରତିଶତ ନିରପେକ୍ଷ ଏବଂ 47 ପ୍ରତିଶତ ନେଗେଟିଭ୍ ରହିଥିଲା । ସେୟାର ଇଟ୍ ଉପରେ 2054ଟି ଟ୍ବିଟ୍ ହୋଇଥିଲା । ଏଥିରୁ 23 ପ୍ରତିଶତ ପଜିଟିଭ, 38 ପ୍ରତିଶତ ନିରପେକ୍ଷ ଏବଂ 39 ପ୍ରତିଶତ ନେଗେଟିଭ ରହିଥିଲା । ୟୁସି ବ୍ରାଉଜର ଉପରେ 2750ଟି ଟ୍ବିଟ୍ ମଧ୍ୟରୁ 18 ପ୍ରତିଶତ ପଜିଟିଭ, 43 ପ୍ରତିଶତ ନିରପେକ୍ଷ ଏବଂ 39 ପ୍ରତିଶତ ନେଗେଟିଭ ଥିଲା ।

ସେହିପରି ହ୍ୟାସଟାଗ୍ ଡିଜିଟାଲ ଏୟାରଷ୍ଟ୍ରାଇକ୍ ଟ୍ବିଟ୍ ସବୁଠାରୁ ଚର୍ଚ୍ଚାରେ ରହିଥିଲା । ଏହା ଉପରେ 18 ହଜାର 353ଟି ଟ୍ବିଟ୍ ହୋଇଥିଲା । ଏଥିରୁ 21 ପ୍ରତିଶତ ପଜିଟିଭ, 61 ପ୍ରତିଶତ ନିରପେକ୍ଷ ଏବଂ 18 ପ୍ରତିଶତ ନେଗେଟିଭ ଟ୍ବିଟ୍ ହୋଇଥିଲା । ଟ୍ବିଟରେ ଏତେ ସଂଖ୍ୟକ ରେସପନ୍ସ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ଭାରତୀୟମାନେ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଦେଇଥିଲେ ଅବା ନିରପେକ୍ଷ ରହିଥିଲେ ।

ABOUT THE AUTHOR

...view details