ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ଭାରତ ଭୟରେ ପାକିସ୍ତାନ ଅଭିନନ୍ଦନକୁ ଛାଡିଦେଇଥିବା ପ୍ରକାଶ କରିଛନ୍ତି ଖୋଦ୍ ପାକିସ୍ତାନ ସାଂସଦ ଆୟାଜ ସାଦିକ । ପାକିସ୍ତାନ ଆର୍ମୀ ମୁଖ୍ୟ କାମର୍ ଜାଭେଦ ବାଜୱା ଡରି ଯାଇଥିଲେ କାଳେ ଭାରତ ଆକ୍ରମଣ କରିଦେବ ।
ଯେତେବେଳେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ସଂସଦୀୟ ନେତାଙ୍କ ବୈଠକରେ କହିଥିଲେ କି ଭାରତ ସେମାନଙ୍କ ଦେଶ ଉପରେ ଆକ୍ରମଣ କରିବାକୁ ଯାଉଛି ସେତେବେଳେ ବାଜୱାଙ୍କ ଗୋଡ ଥରିଥିଲା । ଏକ ଅଭିଭାଷଣରେ ପାକିସ୍ତାନ ମୁସଲିମ ଲିଗ୍-ଏନ (ପିଏମଏଲ-ଏନ) ନେତା ଆୟାଜ ସାଦିକ ଏହା କହିଛନ୍ତି । ଯଦି ପାକିସ୍ତାନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ କରିନଥାନ୍ତା ତେବେ ସେହି ଦିନ ରାତି 9ଟାରେ ଭାରତର ପାକିସ୍ତାନ ଉପରେ ଆକ୍ରମଣ କରିଥାନ୍ତା ।