ହାଇଦ୍ରାବାଦ: ସିନେ ସମୀକ୍ଷକଙ୍କୁ ବଜରଙ୍ଗ ଦଳର ସହସ୍ୟ ଆକ୍ରମଣ କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ତେଲୁଗୁ ସିନେମାର ସିନେ ସମୀକ୍ଷକ ତଥା ସମାଲୋଚକ କାଥି ମେହେଶ । ପୂର୍ବରୁ ସେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।
ସୈଫାବାଦର ଅତିରିକ୍ତ ପୋଲିସ କମିସନର ଭେନୁଗୋପାଳଙ୍କ କହିବା ଅନୁଯାୟୀ 14 ଫେବୃୟାରୀ ଦିନ କାଥି ହାଇଦ୍ରାବାଦର ଏକ ସିନେମା ହଲରେ ମହେଶ ସିନେମା ଦେଖି ଫେରିବା ବେଳେ ବଜରଙ୍ଗ ଦଳର 4 ଜଣ ସଦସ୍ୟ ଆକ୍ରମଣ କରିଛନ୍ତି । ପୋଲିସ କାଥି ମହେଶଙ୍କୁ ବଜରଙ୍ଗ ଦଳ ନିକଟରୁ ଉଦ୍ଧାର କରି ନିକଟସ୍ଥ ପୋଲିସ ଥାନାକୁ ନେଇଥିଲେ । ଏହାପରେ ବଜରଙ୍ଗ ଦଳର 4ଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରି ସୈଫାବାଦ ପୋଲିସ ତାଙ୍କୁ ଗିରଫ କରିଛି ।