ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡରେ ଭାଗ ନେଇଥିବା କଳାହାଣ୍ଡିର ବଜାଶାଲ ଲୋକନୃତ୍ୟ କଳାକାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏମାନେ ଜାନୁଆରୀ 4 ତାରିଖରୁ ପରେଡରେ ଭାଗ ନେବା ପାଇଁ ଆସିଥିବାବେଳେ ମଙ୍ଗଳବାର ବାରାଖମ୍ମାରେ ଫସି ଯାଇଥିଲେ । ପରେ ପୋଲିସ ଏମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ରଖିଛି ।
ଦିଲ୍ଲୀରେ ଫସିଥିବା ବଜାଶାଲ ଲୋକନୃତ୍ୟ କଳାକାର ଉଦ୍ଧାର - ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ
ଦିଲ୍ଲୀରେ ଫସିଥିବା ବଜାଶାଲ ଲୋକନୃତ୍ୟ କଳାକାରଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...
ବଜାଶାଲ ଲୋକନୃତ୍ୟ କଳାକାର
ପରେ ଏମାନଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭେଟିବା ସହିତ ସେମାନଙ୍କ ସୁବିଧା କଥା ବୁଝିଛନ୍ତି । ଏନେଇ ମନ୍ତ୍ରୀ ଟ୍ବିଟ୍ କରି ଜଣାଇଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେବା ପାଇଁ କଳାହାଣ୍ଡିର ବଜାଶାଲ କଳାକାର ଆସିଥିଲେ ।
ତେବେ ଗତକାଲି କାର୍ଯ୍ୟକ୍ରମରେ ଭାଗ ନେଇ ଗନ୍ତବ୍ୟସ୍ଥଳକୁ ଫେରିବା ସମୟରେ ଚାଷୀଙ୍କ ରାଲି ପାଇଁ ବାରାଖମ୍ମାରେ ଫସି ଯାଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା ।