ନୂଆଦିଲ୍ଲୀ: ମୋଟର ସାଇକେଲ ଟ୍ୟାକ୍ସି ଫର୍ମ ବାଇକ ବୋଟ କମ୍ପାନୀ ମାଲିକ ସଞ୍ଜୟ ଭାଟୀଙ୍କୁ ତିନି ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ବାଇକ ବୋଟ କମ୍ପାନୀ ପାଖାପାଖି ଦୁଇ ଲକ୍ଷ ନିବେଶକଙ୍କ ସହ ଠକେଇ କରିଥିବା ଅଭିଯୋଗ ରହିଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ 1300 କୋଟି ଠକେଇ ଅଭିଯୋଗରେ ସଞ୍ଜୟ ଭାଟିଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।
Bike Boat କମ୍ପାନୀ ଠକେଇ: ତିନି ଦିନିଆ ପୋଲିସ ରିମାଣ୍ଡରେ ମାଲିକ ସଞ୍ଜୟ ଭାଟି - Bike Boat କମ୍ପାନୀ ଠକେଇ
ଦିଲ୍ଲୀ ପଟିଆଲା ହାଉସ କୋର୍ଟ 1300 କୋଟି ଠକେଇ ଅଭିଯୋଗରେ ମୋଟର ସାଇକେଲ ଟ୍ୟାକ୍ସି ଫର୍ମ ବାଇକ ବୋଟ କମ୍ପାନୀ ମାଲିକ ସଞ୍ଜୟ ଭାଟିଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଅଧିକ ପଢନ୍ତୁ...

ବୁଧବାର ଏହି ଠକେଇ ମାମଲାର ଶୁଣାଣି ସମୟରେ ପୋଲିସ ସଞ୍ଜୟ ଭାଟିଙ୍କୁ ସାତ ଦିନର ରିମାଣ୍ଡରେ ନେବାକୁ କୋର୍ଟଙ୍କ ଆଗରେ ଦାବି ରଖିଥିଲେ । ସଞ୍ଜୟ ଭାଟିଙ୍କ ଓକିଲ ସମ୍ବେଦନା ବର୍ମା ଓ ଅମିତ ନାଗରଙ୍କ ରିମାଣ୍ଡ ଅବଧିକୁ ବିରୋଧ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ଆବଶ୍ୟକତା ନାହିଁ ବୋଲି କହିଥିଲେ । ପରେ କୋର୍ଟ ସଞ୍ଜୟ ଭାଟିଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ ବାଇକ ବୋଟ କମ୍ପାନୀ ବିରୋଧରେ ତିନିରୁ ଊର୍ଦ୍ଧ୍ବ ଠକେଇ ଓ ଅପରାଧିକ ଷଡଯନ୍ତ୍ର କରିଥିବା କେସ ଦାଖଲ କରାଯାଇଛି । କମ୍ପାନୀ ନୋଏଡା, ଗାଜିଆବାଦ, ହାପୁଡ ଓ ବୁଲନ୍ଦସହର ବ୍ୟତୀତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ସକ୍ରିୟ ରହିଥିଲେ । ବାଇକ ବୋଟ କମ୍ପାନୀରେ ନିବେଶ କରୁଥିବା ନିବେଶକଙ୍କ ମଧ୍ୟରେ ଅଧିକ ଅବସରପ୍ରାପ୍ତ ଓ ସରକାରୀ କର୍ମଚାରୀ ରହିଥିଲେ । କମ୍ପାନୀ ଏହି ସମସ୍ତ ନିବେଶକଙ୍କ ଠାରୁ 62100ଟଙ୍କା ନେଇ ବର୍ଷକ ମଧ୍ୟରେ ଦୁଇ ଗୁଣା କରିବା ପାଇଁ ଲୋଭ ଦେଖାଉଥିଲା ।