ଓଡିଶା

odisha

ହିମାଚଳର ବୈଜନାଥ ମନ୍ଦିର; ଯେଉଁଠି ହୁଏନି ଦଶହରା କି ରାବଣ ଦହନ

ସାରା ବିଶ୍ବରେ ଭଗବାନ ଶିବଙ୍କ ଅନେକ ମନ୍ଦିର ରହିଛି । କିନ୍ତୁ ଦେବଭୂମି ହିମାଚଳର କାଙ୍ଗଡାରେ ରହିଥିବା ଭଗବାନ ଶିବଙ୍କ ମନ୍ଦିର ବହୁ ପ୍ରାଚୀନ । ଏହି ମନ୍ଦିରକୁ ନେଇ ଅନେକ ଗୁଡିକ ପୌରାଣିକ ଗାଥା ମଧ୍ୟ ରହିଛି । ଏଠାରେ ଥିବା ଶିବଲିଙ୍ଗ ଅନନ୍ତ । ପଢନ୍ତୁ କାଙ୍ଗଡାର ଏହି ପ୍ରାଚୀନ ମନ୍ଦିରକୁ ନେଇ ରହିଥିବା ପୌରାଣିକ ଗାଥା...

By

Published : Oct 27, 2020, 7:08 PM IST

Published : Oct 27, 2020, 7:08 PM IST

ହିମାଚଳର ବୈଜନାଥ ମନ୍ଦିର; ଯେଉଁଠି ହୁଏନି ଦଶହରା କି ରାବଣ ଦହନ
ହିମାଚଳର ବୈଜନାଥ ମନ୍ଦିର; ଯେଉଁଠି ହୁଏନି ଦଶହରା କି ରାବଣ ଦହନ

କାଙ୍ଗଡା: ହିମାଚଳ ଦେବଭୂମି...ଯେଉଁଠି ଭଗବାନ ଶିବଙ୍କ ରହିଛି ଅନେକ ଧାମ । ଆଉ ଦେବଭୂମିରେ ଭଗବାନ ଶିବଙ୍କ ବୈଜନାଥ ମନ୍ଦିର ବିଶ୍ବ ପ୍ରସିଦ୍ଧ । ମହାଦେବଙ୍କ ଏହି ମନ୍ଦିର ସହ ଅନେକ ପୌରାଣିକ କଥା ଜଡିତ ରହିଛି । କୁହାଯାଏ ଭଗବାନ ଶିବଙ୍କୁ କଠୋର ତପସ୍ୟା କରିବା ସମୟରେ ରାବଣ 9 ଥର ନିଜ ମୁଣ୍ଡ କାଟିଥିଲେ, ଆଉ 10 ଥର କାଟିବା ସମୟରେ ସ୍ବୟଂ ଶିବ ପ୍ରକଟ ହୋଇ ରାବଣକୁ ଅଟକାଇଥିଲେ । ସେହି ସମୟରେ ରାବଣ ମହାଦେବଙ୍କୁ ବୈଜନାଥ ବୋଲି ସମ୍ବୋଧନ କରିଥିଲେ ।

ଏମିତି ବି ବିଶ୍ବାସ ରହିଛି ଯେ, ରାବଣ ଭଗବାନ ଶିବଙ୍କୁ ଲଙ୍କା ନେବାର ବରଦାନ ପ୍ରାପ୍ତ କରିଥିଲା । ଆଉ ମହାଦେବ ରାବଣକୁ ଏକ ଶିବଲିଙ୍ଗ ଦେଇ କହିଥିଲେ ଯେ, ଏହି ଲିଙ୍ଗକୁ ସେ ଯେଉଁଠି ସ୍ଥାପନ କରିବେ ସେ ସେଇଠି ହିଁ ରହିବେ । ଭଗବାନଙ୍କ ବରଦାନ ସହ ରାବଣ ଶିବଲିଙ୍ଗ ନେଇ ଯାଉଥିବା ସମୟରେ ରାସ୍ତାରେ ଶୌଚ ପାଇଁ ଅଟକିଥିଲେ । ଏହି ସମୟରେ ସେ ଶିବଲିଙ୍ଗକୁ ଜଣେ ମେଷପାଳକଙ୍କୁ ଧରାଇ ଦେଇଥିଲେ । ହେଲେ ମେଷପାଳକ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିବଲିଙ୍ଗକୁ ଧରି ପାରିନଥିଲା, ଆଉ ଶିବଲିଙ୍ଗକୁ ତଳେ ରଖି ଦେଇଥିଲେ । ରାବଣ ଶୌଚ ସାରି ଫେରିବା ପରେ ଶିବଲିଙ୍ଗ ତଳେ ଥିବାର ଦେଖି ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଶିବଲିଙ୍ଗକୁ ସେଠାରୁ ଉଠାଇପାରିନଥିଲେ । ଆଉ ସବୁଦିନ ପାଇଁ ଶିବଲିଙ୍ଗ ସେଠାରେ ସ୍ଥାପିତ ହୋଇଥିଲା । କୁହାଯାଏ ବୈଜନାଥରେ ଥିବା ଶିବଲିଙ୍ଗ ହିଁ ରାବଣର ବରଦନପ୍ରାପ୍ତ ଶିବଲିଙ୍ଗ ।

ହିମାଚଳର ବୈଜନାଥ ମନ୍ଦିର; ଯେଉଁଠି ହୁଏନି ଦଶହରା କି ରାବଣ ଦହନ

ରାବଣ ଶିବଙ୍କ ପରମ ଭକ୍ତ ଥିବାରୁ ବିଗତ କିଛି ଦଶକ ଧରି ଏହି ଅଞ୍ଚଳରେ ନା ଦଶହରା ହୁଏ ନା ରାବଣ ପୋଡି । ପୂର୍ବରୁ ସାରା ଦେଶ ଭଳି ଏଠାରେ ବି ଦଶହରା ଓ ରାବଣ ପୋଡି ହେଉଥିଲା । କିନ୍ତୁ ନିଆଁ ଲାଗି ଏଠାରେ ଧନଜୀବନ ନଷ୍ଟ ହେବା ପରେ ପୌରାଣିକ ଗାଥାକୁ ମାନ୍ୟତା ଦିଆଯାଇ ଦଶହରା ଓ ରାବଣ ପୋଡି ବନ୍ଦ କରି ଦିଆଯାଇଛି ।

କୁହାଯାଏ ଏହି ମନ୍ଦିରର ସ୍ଥାପନା ପାଣ୍ଡବ ଅଜ୍ଞାତବାସ ସମୟରେ କରିଥିଲେ । କିନ୍ତୁ କୌଣସି କାରଣରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇପାରିନଥିଲା । ଏହା ପରେ 2 ବ୍ୟବସାୟୀ ଭାଇ ଏହି ମନ୍ଦିରର ସ୍ଥାପନା କରିଥିଲେ । ବୈଜନାଥ ଆଖପାଖରେ କୌଣସି ବି ସୁନା ଦୋକାନ ନାହିଁ । ବିଶ୍ବାସ ରହିଛି ଏହା ପଛରେ ମାତା ପାର୍ବତୀଙ୍କ ଅଭିଶାପ ଅଛି ।

ବୈଜନାଥ ମନ୍ଦିରରେ ଥିବା ଶିବଲିଙ୍ଗ ଅନନ୍ତ । ମାନ୍ୟତା ଅନୁସାରେ, ମଣ୍ଡି ରାଜା ଏହି ଶିବଲିଙ୍ଗ ନିଜ ସହ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନେକ ଖୋଦେଇ ପରେ ବି ତାଙ୍କୁ ଶିବଲିଙ୍ଗର ଅନ୍ତ ମିଳିନଥିଲା । ପରେ ରାଜା ନିଜ ଭୂଲ ବୁଝିପାରି ଶିବଲିଙ୍ଗକୁ ଲହୁଣୀରେ ଶୃଙ୍ଗାର କରିଥିଲେ । ଏମିତି ଅନେକ ମାନ୍ୟତାକୁ ନେଇ ବୈଜନାଥ ଉପରେ ଭକ୍ତଙ୍କ ପ୍ରଗାଢ ଆସ୍ଥା ରହିଛି ।

ସତ୍ୟଯୁଗରୁ ଦ୍ବାପର ଯୁଗ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ଏହି ଧାମ ବିଶ୍ବାସର କେନ୍ଦ୍ର । ବୈଜନାଥ ମନ୍ଦିରକୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଶିବରାତ୍ରି ଠୁ ଶ୍ରାବଣ ସୋମବାର, ତିଜ୍ ଭଳି ପର୍ବରେ ଏଠି ଭକ୍ତଙ୍କ ଭିଡ ଜମିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details