ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବହୁଜନ ସମାଜବାଦୀ ପାର୍ଟି(ବିଏସପି) । ଏଥିରେ 16 ଜଣ ପ୍ରାର୍ଥୀଙ୍କ ନାମ ରହିଛି । ବସପା ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନାଙ୍କୁ କଡା ଟକ୍କର ଦେବା ଲାଗି ବାହୁବଳୀ ନେତା ମୁଖ୍ତାର ଅଂସାରୀଙ୍କ ଭାଇ ଅଫଜଲ ଅଂସାରୀଙ୍କୁ ଗାଜିପୁର ମୈଦାନରେ ଓହ୍ଲାଇଛି। ସେହିପରି ପୂର୍ବାଞ୍ଚଳର ବାହୁବଳୀ ପଣ୍ଡିତ ହରିଶଙ୍କରଙ୍କ ତିୱାରୀଙ୍କ ପୁଅ ଭୀଷ୍ଲ ଶଙ୍କରଙ୍କୁ ସନ୍ତ କବୀର ନଗରରୁ ଟିକେଟ୍ ଦେଇଛି।
ବିଏସପି ଜାରି କଲା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା - loksabhaelection
ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବହୁଜନ ସମାଜବାଦୀ ପାର୍ଟି(ବିଏସପି)। ଏଥିରେ 16 ଜଣ ପ୍ରାର୍ଥୀଙ୍କ ନାମ ରହିଛି।

ଫାଇଲ ଫଟୋ
ଏହା ବ୍ୟତୀତ ସୁଲତାନପୁରରୁ ଚନ୍ଦ୍ରଭାନ ସିଂହ, ପ୍ରତାପଗଡରୁ ଅଶୋକ କୁମାର ତ୍ରିପାଠୀ, ଆମ୍ବେଦକର ନଗରରୁ ରିତେଶ ପାଣ୍ଡେ, ଶ୍ରାବସ୍ତୀରୁ ରାମଶିରେମଣି ବର୍ମା ଏବଂ ଡୁମରିଆଗଞ୍ଜ ଆସନରୁ ଆଫତାବ ଆଲମଙ୍କୁ ଟିକେଟ୍ ଦେଇଛି ଦଳ ।